Categories: Uncategorized

ଏଥର ହେବନି ବାଲିଯାତ୍ରା, ଆମେ ଦୁଃଖିତ

ଭାଇଚାରାର ସହର କଟକ । କାର୍ତ୍ତିକ ମାସ ହେଲେ ସିଲଭର ସିଟିରେ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା କଥା ମନେ ପଡେ । କାର୍ତ୍ତିକ ମାସ ଆରମ୍ଭ ହୋଇଥିବା ବେଳେ ଏତେବେଳକୁ ବାଲିଯାତ୍ରାର ପ୍ରସ୍ତୁତିକାର‌୍ୟ୍ୟ ଆରମ୍ଭ ହୋଇଯାଇଥାଏ । କିନ୍ତୁ ଏଥର ସବୁ ପର୍ବପର୍ବାଣୀ ଉପରେ କୋଭିଡର ଦାଉ ପଡିବା ପରି ବାଲିଯାତ୍ରା ଉପରେ ମଧ୍ୟ ପଡିଛି। ଜିଲ୍ଲାରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି ଏଥରର ବାଲିଯାତ୍ରା ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତେଣୁ ଏଥର ହେବନାହିଁ ବାଲିଯାତ୍ରା। ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିବ ନାହିଁ କଟକ ବାଲିଯାତ୍ରା ପଡ଼ିଆରେ। ତେବେ ବାଲିଯାତ୍ରା ବନ୍ଦ ହେବା ପରେ କଣ ରହିଛି କଟକବାସୀଙ୍କ ପ୍ରତିକ୍ରିୟା ଚାଲନ୍ତୁ ଜାଣିବା ।