ଘରର ମୁଖ୍ୟଦ୍ୱାର ପାଇଁ ଶୁଭ ଏହି ଗଛ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ଅଛି; ଯାହାକୁ ଘରର ମୁଖ୍ୟଦ୍ୱାର ନିକଟରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଯେମିତି କି: ତୁଳସୀ ଗଛ- ଏହି ଗଛ ଧାର୍ମିକ ଦୃଷ୍ଟିରୁ ଯେମିତି ପବିତ୍ର, ବାସ୍ତୁ ଅନୁଯାୟୀ ସେମିତି ଶୁଭ ମଧ୍ୟ। ଏହାକୁ ମୁଖ୍ୟ ଦ୍ୱାର ନିକଟରେ ଲଗାଇଲେ ଘର ମଧ୍ୟକୁ ସକାରାତ୍ମକ ଊର୍ଜା ପ୍ରବେଶ କରି ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ।

ମଲ୍ଲି ଗଛ- ମୁଖ୍ୟଦ୍ୱାରରେ ଏହି ଗଛ ଲଗାଇଲେ, ମଲ୍ଲି ଫୁଲର ସୁବାସିତ ବାସ୍ନାରେ ମନ ପ୍ରଫୁଲ୍ଲିତ ରହିବା ସହିତ ଘରକୁ ପଜିଟିଭ୍‌ ଏନର୍ଜି ଆସିଥାଏ ବୋଲି ବିଶ୍ୱାସ ରହିଛି।

ମନିପ୍ଲାଣ୍ଟ- ଏହି ଗଛକୁ ଘର ଭିତରେ ହେଉ ଅବା ବାହାରେ ଯେଉଁଠି ବି ଲଗାଇଲେ ଏହା ସର୍ବଦା ଶୁଭଫଳ ହିଁ ଦେଇଥାଏ। ବିଶେଷକରି ଘରର ମୁଖ୍ୟଦ୍ୱାରରେ ଏହି ଗଛକୁ ରଖିଲେ ସୁଖସମୃଦ୍ଧି ବୃଦ୍ଧି ହୁଏ ବୋଲି ମାନ୍ୟତା ରହିଛି।

ଏରିକା ପାମ୍‌- ଏହା ଏକପ୍ରକାର ଏୟାର୍‌ ପ୍ୟୁରିଫାୟାର୍‌ ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ଗଛକୁ ମଧ୍ୟ ଘରର ମୁଖ୍ୟଦ୍ୱାରରେ ରଖିଲେ ଘରେ ସକାରାତ୍ମକ ଊର୍ଜା ବଢିଥାଏ। ଏହାଛଡ଼ା ବୋଷ୍ଟନ ଫର୍ନ ପ୍ଲାଣ୍ଟ, ସିଟ୍ରସ୍‌ ଟ୍ରିକୁ ବି ମୁଖ୍ୟଦ୍ୱାର ନିକଟରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।