କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ଅଭିଷେକ କହିଥିଲେ ଐଶ୍ୱର୍ଯ୍ୟାଙ୍କୁ ଦେବେ ଟକ୍କର

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅବନୀତ କୌର ଖୁବ୍‌ଶୀଘ୍ର ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଅବନୀତ ଫିଲ୍ମ ‘ଟିକୁ ଓ୍ବେଡ୍‌୍‌ସ ଶେର୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅବନୀତ ତାଙ୍କର ଏହି ନୂଆ ଯାତ୍ରାକୁ ନେଇ ବହୁତ ଖୁସି ଅଛନ୍ତି। କାରଣ ଏଠାରେ ପହଞ୍ଚିବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଛି। ଅବନୀତଙ୍କ ଟ୍ୟାଲେଣ୍ଟ ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା।

ଥରେ ଏକ ପ୍ରୋଗ୍ରାମରେ ଅଭିନେତା ଅଭିଷେକ ବଚ୍ଚନ ତାଙ୍କୁ କହିଥିଲେ, ଦିନେ ଇଏ ଅଭିନୟରେ ଐଶ୍ୱର୍ଯ୍ୟା ରାୟଙ୍କୁ ଟକ୍କର ଦେବେ। ବର୍ଷକ ତଳେ ଅଭିଷେକ ଅବନୀତଙ୍କୁ ଭେଟିଥିଲେ। ସେ କହିଥିଲେ, ମୋତେ ଭଲ ଭାବେ କୋରିଓଗ୍ରାଫି ଆସେ ନାହିଁ। ମୋତେ ତୁମ ଅଭିନୟ ଭଲ ଲାଗିଲା। ଆଜି ମୁଁ ଘରକୁ ଯାଇ ଐଶ୍ୱର୍ଯ୍ୟାଙ୍କୁ କହିବି କି,ଆଗାମୀ ୧୦ ବର୍ଷ ମଧ୍ୟରେ ତୁମକୁ ଜଣେ କଡ଼ା ଟକ୍କର ଦେବାକୁ ଆସୁଛନ୍ତି। ଏହି କଥା ଶୁଣି ଅବନୀତ ଖୁସିରେ ଆତ୍ମହରା ଉଠିଥିଲେ। ଯାହା ଏବେ ସତ ହେବାକୁ ଯାଉଛି।

Share