ଆମେରିକାର ଏକ ଟିଭି ଚ୍ୟାନେଲର ଜଣେ ହୋଷ୍ଟ ତଥା ଆଙ୍କର ଗତ ୧୦ ବର୍ଷ ହେଲା ହାତ ଧୋଇନାହାନ୍ତି। ଏ ବିଷୟରେ ନିଜେ ଖୁଲାସା କରିଛନ୍ତି। ଆମେରିକୀୟ ଟିଭି ଆଙ୍କର ପିଟ୍ ହେଗସେଥ ସର୍ବସମ୍ମୁଖରେ ଏହି କଥାର ସତ୍ୟତା ପ୍ରକାଶ କରିଛନ୍ତି। ସେ ଫାକ୍ସ ନ୍ୟୁଜ୍ ଶୋ’ରେ ହୋଷ୍ଟ କରୁଥିଲେ। ସେ କହିଛନ୍ତି, ୧୦ ବର୍ଷ ହେଲା ହାତ ଧୋଇନାହାନ୍ତି। ଏହାର କାରଣ ହେଲା ଜୀବାଣୁ ଯେକୌଣସି ଜିନିଷରେ ବାସ୍ତବ ହୁଏ କି ନାହିଁ ତାହା ଜାଣିବା ପାଇଁ ଏପରି କରିଛନ୍ତି। ସେ କହିଛନ୍ତି, ଜୀବାଣୁକୁ ସେ ଦେଖିପାରିବେ ନାହିଁ। ତେଣୁ ସେ ଜୀବାଣୁର ଅସ୍ତିତ୍ୱ ଉପରେ ବିଶ୍ୱାସ କରନ୍ତି ନାହିଁ। ସେ କୁହନ୍ତି, ସଂକ୍ରମକ ସୂକ୍ଷ୍ମ ଜୀବାଣୁରୁ ହୋଇ ନ ଥାଏ। ସେ କହିଛନ୍ତି ଦିନେ ତାଙ୍କ ବନ୍ଧୁଙ୍କ ସହ ପିଜା ଖାଇବା ସମୟରେ ବନ୍ଧୁ ଜଣଙ୍କ ତାଙ୍କର ମଜା ଉଡ଼ାଇଥିଲେ। ଏହା ପରେ ସେ ସତ କଥା କହିଥିଲେ।