ଓଟଓ୍ବା,୨।୮: ଦେଶବାସୀଙ୍କୁ ଧୂମପାନରୁ ନିବୃତ୍ତ କରିବା ଦିଗରେ କାନାଡା ସରକାର ଏକ ପଦକ୍ଷେପ ନେଇଛନ୍ତି। ଦୁଇ ମାସ ପୂର୍ବେ ସରକାର ଘୋଷଣା କରିଥିଲେ ଯେ, ଦେଶରେ ବିକ୍ରି ହେଉଥିବା ପ୍ରତ୍ୟେକ ସିଗାରେଟ ଉପରେ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଚେତାବନୀ ଲେଖାଯିବ। ଯାହା ବର୍ତ୍ତମାନ କାର୍ଯ୍ୟକାରୀ ହୋଇଛି। ଏପରି କରିବାରେ କାନାଡା ଦୁନିଆର ପ୍ରଥମ ଦେଶ ହୋଇପାରିଛି।
ବର୍ତ୍ତମାନ ଏହି ନୂତନ ନିୟମ ଲାଗୁ ହେବା ପରେ କାନାଡାରେ ବିକ୍ରି ହେଉଥିବା ପ୍ରତ୍ୟେକ ସିଗାରେଟ ଉପରେ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଚେତାବନୀ ଲେଖାଯିବ। ସିଗାରେଟ ଉପରେ ଏହା ଲେଖାଯିବ ଯେ, ‘ସିଗାରେଟ ଶକ୍ତିହୀନତା ଏବଂ କର୍କଟ ରୋଗ ସୃଷ୍ଟି କରେ’ ଏବଂ ଏହା ସହିତ ‘ପ୍ରତ୍ୟେକ ସିଗାରେଟରେ ବିଷ ଅଛି’ ଲେଖାଯିବ। ଏହି ନୂତନ ପଦକ୍ଷେପ ପରେ ଦେଶରେ ଧୂମପାନକାରୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ସରକାର ଦାବି କରିଛନ୍ତି। ଗତ ମେ ମାସରେ କାନାଡା ଏହି ନୂତନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନିୟମ ଘୋଷଣା କରିଥିଲା, ଯାହା ସାରା ବିଶ୍ୱରେ ଆଲୋଚନା କରାଯାଇଥିଲା।
ବିଦ୍ର: ସିଗାରେଟ୍ ପିଇବା ସ୍ବାସ୍ଥ୍ୟପକ୍ଷେ ହାନିକାରକ