Categories: ଫୁରସତ

ରେଷ୍ଟୁରାଣ୍ଟରେ ପିଲା ଦୁଷ୍ଟାମୀ କଲେ ଦେବାକୁ ପଡିବ ଏକ୍ସଟ୍ରା ଚାର୍ଜ

ଓ୍ବାଶିଂଟନ୍‌,୨୬।୧୦: ପିଲାମାନେ ଖୁଦ୍‌ ଖୁସି ମିଜାଜର ହୋଇଥା’ନ୍ତି। କିନ୍ତୁ ସେମାନଙ୍କର ବଦମାସି ପାଇଁ ଅଭିଭାବକଙ୍କୁ ସବୁଠି ହଇରାଣ ହେବାକୁ ପଡିଥାଏ। ବାହାରକୁ ବୁଲିବାକୁ ଗଲା ମାନେ ସେମାନେ ଟିକେ ଅଧିକ ଦୁଷ୍ଟ ହୋଇଥା’ନ୍ତି। ଫ୍ୟାମିଲି ସହ ଟ୍ରିପ କରିବା ସମୟର ଆପଣ ନିଶ୍ଚିନ୍ତ ଭାବରେ ରହି କେଉଁ ରେଷ୍ଟୁରାଣ୍ଟରେ ଅଟକି ଲଞ୍ଚ କି ଡିନର କରୁଥିବେ। କିନ୍ତୁ ସେଠାରେ ବି ଯଦି ପିଲା ଦୁଷ୍ଟ ହେଲେ ଅଧିକ ଚାର୍ଜ କରାଯାଏ ତାହେଲେ କ’ଣ କରିବେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର ଏକ ରେଷ୍ଟୁରାଣ୍ଟରେ। ଜର୍ଜିଆର ଏକ ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ମେନୁ ଦେବାବେଳେ ସେଥିରେ ଏକ ଏକ୍ସଟ୍ରା ପଏଣ୍ଟ ଆଡ୍‌ କରିଛି। ଯେଉଁଥିରେ ଲେଖାଅଛି, ଆପଣଙ୍କ ପିଲା ରେଷ୍ଟୁରାଣ୍ଟରେ ଦୁଷ୍ଟାମୀ କଲେ ଆପଣଙ୍କୁ ଏକ୍ସଟ୍ରା ଚାର୍ଜ ଦେବାକୁ ପଡିବ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା।


ଆଟଲାଣ୍ଟାର ବ୍ଲୁ ରିଜ ମାଉଣ୍ଟେନ ଅଞ୍ଚଳରେ ଅବସ୍ଥିତ ଟୋକୋ ରିଭରସାଇଡ ରେଷ୍ଟୁରାଣ୍ଟର ମେନୁର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ରେଷ୍ଟୁରାଣ୍ଟରେ ପିଲା ଦୁଷ୍ଟାମୀ କଲେ ଏକ୍ସଟ୍ରା ଚାର୍ଜ ପଡିବ ବୋଲି ଉଲେଖ ରହିଛି। ଏଥିସହ ୬ରୁ ଅଧିକ ଲୋକ ଏହି ରେଷ୍ଟୁରାଣ୍ଟକୁ ପାର୍ଟି କରିବାକୁ ଆସୁଥିଲେ ସେମାନଙ୍କୁ ଖାଇବା ବିଲ୍‌ ବ୍ୟତୀତ ୨୦ପ୍ରତିଶତ ଦେବାକୁ ପଡିବ। କାର୍ଡରେ ପେମେଣ୍ଟ କରୁଥିବା ଲୋକଙ୍କୁ ୩.୫ପ୍ରତିଶତ ଓ ରେଷ୍ଟୁରାଣ୍ଟରେ ବସି ଖାଦ୍ୟ ଆଉ କାହା ସହି ଶେୟାର କଲେ ୨୪୯ଟଙ୍କା ଲେଖାଏଁ ଦେବାକୁ ପଡିବ ବୋଲି ଏଥିରେ ନିୟମ ରହିଛି।

Share