କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ଏବଂ ଶଟ୍ଡାଉନ୍ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଅନ୍ଲକ୍ ଚାଲୁ ହେଲାଣି। କିଛି କିଛି ସ୍ଥାନରେ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଯାଇଛି। ସେହିପରି ଆମେରିକାର ସାନ ମାର୍କେଟରେ ଥିବା ଟେକ୍ସସ୍ ୟୁନିଭର୍ସିଟିରେ ମଧ୍ୟ ପାଠ ପଢ଼ା ଆରମ୍ଭ ହୋଇଛି। ମାତ୍ର ଏରେେ ୟୁନିଭର୍ସିଟି ମଧ୍ୟରେ ନୁହେଁ ବରଂ ଏକ ପାର୍କିଂ ସ୍ଥାନରେ ପାଠପଢ଼ା ଚାଲିଛି।
କେଡ୍ ଟି ନାମକ ଜଣେ ବ୍ୟକ୍ତି ପାଠପଢ଼ା ସମୟର କିଛି ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ପାର୍କିସ୍ଥଳରେ ବଶି ଛାତ୍ରୀଛାତ୍ରମାନେ ପାଠ ପଢ଼ୁଥିବା ଖେଖିବାକୁ ମିଳୁଛି। ସେମାନେ ସାମାଜିକ ଦୂରତ୍ୱ ରକ୍ଷାକରି ଚେୟାରରେ ବସି ପାଠ ପଢ଼ୁଛନ୍ତି। ଏଥିସହ ସେ ଲେଖିଛନ୍ତି, ଟେକ୍ସସ ଷ୍ଟେଟ୍ ମୋର ୨୫ ହଜାର ଡଲାର(ଭାରତୀୟ ମୂଲ୍ୟରେ ୧୮ ଲକ୍ଷ) ଟ୍ୟୁଶନ ଫିସ୍ ଦେଇଦେଇଛି। ସକଳା ୮ଟାରେ ଥିବା ମୋର କ୍ଲାସ୍କୁ ମୁଁ ବହୁତ ଭଲ ପାଏ। ଏଥିପାଇଁ ନିଜ ୟୁନିଭର୍ସିଟିକୁ ଦୋଶ ଦେଉ ନ ଥିବା ମଧ୍ୟ କେଡ୍ କହିଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି, ଆମେ ଛାତ୍ରୀଛାତ୍ରଙ୍କ ସହ ବାହାରେ ବସିଥାଉ। କାରଣ କ୍ଲାସ୍ ରୁମ୍ରେ ଏକତ୍ର ବସି ପଢ଼ିବା ବିପଦପୂର୍ଣ୍ଣ ବୋଲି କେଡ୍ କହିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଅପେକ୍ଷା ଏହିପରି ଖୋଲା ସ୍ଥାନରେ ପଢ଼ାପଢ଼ିବା ସବୁଠାରୁ ଭଲ ବୋଲି ଅନେକ ଲୋକ ମତ ରଖୁଛନ୍ତି। ଏହି ଫଟୋକୁ ୧୭ ହଜାରରୁ ଊର୍ଦ୍ଧ୍ୱ ଲୋକ ରିଟୁଇଟ୍ କରିସାରିଛନ୍ତି।