ମୃତ୍ୟୁ ପୂର୍ବରୁ ଏହାଥିଲା ରାଜୁଙ୍କ ବଡ଼ ସ୍ବପ୍ନ

ମୁମ୍ବାଇ: ବି-ଟାଉନ୍‌ର ଜଣାଶୁଣା ହାସ୍ୟ ଅଭିନେତାଙ୍କର ବୁଧବାର ୫୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବରରେ ସବୁଆଡେ ଶୋକର ଛାୟା ଖେଳିଯାଇଛି। ଅଗଷ୍ଟ ୧୦ରେ ହୃଦ୍‌ଘାତରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ଧରି ସେ ଦିଲ୍ଲୀ ଏମ୍ସ ଭେଣ୍ଟିଲେଟରରେ ଚିକିତ୍ସା ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ପୂର୍ବରୁ ରାଜୁ ଅନେକ ଗୁଡିଏ ସ୍ବପ୍ନ ଦେଖିଥିଲେ। ଯାହାକୁ ସେ ପୂରଣ କରିପାରିଲେନି।
ଏକ ରିର୍ପୋଟ ଅନୁଯାୟୀ, ବାସ୍ତବରେ ରାଜୁ ଷ୍ଟାଣ୍ଡ ଅପ୍‌ କମେଡି କରିବାକୁ ଚାହୁଁଥିଲେ। ଏହାକୁ ଏକ ବଡ଼ ଓଟିଟି ପ୍ଲାଟ୍‌ଫର୍ମରେ ସ୍ଥାନିତ କରିବାକୁ ଯୋଜନା କରିଥିଲେ। ଏ ସମ୍ପର୍କରେ ରାଜୁଙ୍କ ଜଣେ ବନ୍ଧୁ କହିଛନ୍ତି, ଜୀବନର ଏହି ପର୍ଯ୍ୟାୟରେ ରାଜୁ ଅନେକ ସ୍ବପ୍ନ ଦେଖିଥିଲେ। ଅନେକ ସମୟରେ ସେ କିଛି ବନ୍ଧୁଙ୍କ ସହ ଓଟିଟି ପ୍ଲାଟ୍‌ଫର୍ମରେ ଏକ କମେଡି ଶୋ’ ବିଷୟରେ ଆଲୋଚନା କରନ୍ତି। ଯାହାକୁ କରିବା ପୂର୍ବରୁ ଦେ ଦୁନିଆ ଛାଡି ଚାଲିଗଲେ।

 

Share