ସଲମାନଙ୍କ ସହ ଶୁଟିଂ କରୁଥିବା ସମୟରେ ଏମିତି ହୋଇଥିଲା ଏହି ଅଭିନେତ୍ରୀଙ୍କ ଅବସ୍ଥା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ୍‌ ଅନେକ ଥର ଦେହ ପାଇଁ ଲଜ୍ଜାର ଶିକାର ହୋଇଛନ୍ତି। ସେ ତାଙ୍କର ଅନେକ ସାକ୍ଷାତକାରରେ ଏ ବିଷୟରେ ମଧ୍ୟ କହି ସାରିଛନ୍ତି। କେବଳ ଏତିକି ନୁହେଁ, ଜରିନ୍‌ଙ୍କୁ ଡେବ୍ୟୁ ଫିଲ୍ମ ପରେ ମଧ୍ୟ ଲଜ୍ଜାର ଶିକାର ହେବାକୁ ପଡ଼ିଥିଲା। ସେ ଦବଙ୍ଗ ଖାନ୍‌ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ବୀର’ରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମଟି ୨୦୧୦ରେ ମୁକ୍ତିଲାଭ କରିଥିଲା।

ଜରିନ କୁହନ୍ତି, ତାଙ୍କୁ ଫିଲ୍ମ ‘ବୀର’ ପାଇଁ ଓଜନ ବଢ଼ାଇବାକୁ କୁହାଯାଇଥିଲା। ସେ କହିଛନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତାମାନଙ୍କୁ ସେମାନଙ୍କ ଲୁକ୍‌ ଆଧାରରେ ବିଚାର କରାଯାଏ। ଯେଉଁଥିପାଇଁ ଏହା ବହୁତ କଷ୍ଟକର।

‘ମୁଁ ଏହା ସମସ୍ତଙ୍କ ପାଇଁ କହିବି ନାହିଁ, କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ଼ ବିଭାଗ ଏହା କରେ। ଆରମ୍ଭରେ ଏହା ପ୍ରକୃତରେ କଷ୍ଟସାଧ୍ୟ ଥିଲା କାରଣ ମୋର ଓଜନ ଏକ ସମସ୍ୟା ହୋଇଗଲା। ଯେତେବେଳେ ଜରିନ ‘ବୀର’ରେ ସଲମାନଙ୍କ ବିପକ୍ଷରେ ବଲିଉଡରେ ଡେବ୍ୟୁ କରିଥିଲେ, ଲୋକେ କହିଥିଲେ ସେ କ୍ୟାଟ୍ରିନାଙ୍କ ପରି ଦେଖାଯାଉଛନ୍ତି। କିନ୍ତୁ ଖୁବ୍‌ ଶୀଘ୍ର ଲୋକଙ୍କ ଧ୍ୟାନ ତାଙ୍କ ଶରୀର ପ୍ରତି ପଡ଼ିଥିଲା।

Share