କରୋନା ସଂକ୍ରମଣକୁ ନେଇ ଭବିଷ୍ୟବାଣୀ କଲେ ରାହୁଲ

ନୂଆଦିଲ୍ଲୀ,୧୪।୭: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି। ମଙ୍ଗଳବାର ପୁଣିଥରେ ରାହୁଲ କହିଛନ୍ତି ଦେଶରେ କରୋନା ପ୍ରଭାବକୁ କମ୍‌ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ତେଣୁ ଚଳିତ ସପ୍ତାହରେ ଦେଶରେ କରୋନା ସଂକ୍ରମଣ ୧୦ଲକ୍ଷ ଅତିକ୍ରମ କରିବ। ସେ ଟୁଇଟ୍‌ କରି ଏହା କହିବା ସହ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର କଥାକୁ ଉଦ୍ଧାର କରି ରାହୁଲ କହିଛନ୍ତି, ଯଦି କରୋନା ସଂକ୍ରମଣକୁ ନେଇ ଉଚିତ୍‌ ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ଦିନରେ ଏହା ଆହୁରି ଖରାପ ପରିସ୍ଥିତି ସୃଷ୍ଟି କରିବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ କି ଲକ୍‌ଡାଉନ ପରେ ବି କରୋନା ମହାମାରୀକୁ କମାଇ ପାରିବାରେ ବିଫଳ ହୋଇଛନ୍ତି କେନ୍ଦ୍ର ସରକାର। ସେ କହିଥିଲେ କୋଭିଡ-୧୯ ମହାମାରୀ ସହ ଲଢିବାକୁ ଏହା ସମ୍ପୂର୍ଣ୍ଣ ସମାଧାନ ନୁହେଁ। ଏବେ ଦେଶରେ କେରାନା ସଂକ୍ରମଣ ୯ ଲକ୍ଷ ଅତିକ୍ରମ କରି ଯାଇଥିବା ବେଳେ ଏହାଏବେ ଚିନ୍ତାର କାରଣ ପାଲଟିଛି।

Share