ଲଣ୍ଡନ,୯।୧୧: ଋଷି ସେଠିୟା। ୟୁନାଇଟେଡ କିଙ୍ଗଡମର ଜଣେ ପ୍ରଭାବଶାଳୀ ତଥା ଧନୀକ ପରିବାରରୁ ସେ ଆସନ୍ତି । ତାଙ୍କ ପରିବାର ବ୍ୟବସାୟ ତଥା ବାଣିଯ୍ୟ ପାଇଁ ଜଣାଶୁଣା। କହିରଖୁଛୁୁ, ଋଷିଙ୍କ ବାପା ନିର୍ମଳ କୁମାର ସେଠିୟା ଜଣେ ସଫଳ ଉଦ୍ୟୋଗପତି ଭାବରେ ଜଣା ଯାଆନ୍ତି ।
ସେଠିୟା ପରିବାର ୧୯୬୯ରେ ଲଣ୍ଡନରେ ରାଜ କରିବା ଆରମ୍ଭ କରିଥିଲେ । ନିଜର ବ୍ୟବସାୟ ସାମ୍ରାଜ୍ୟକୁ ସେମାନେ ବିସ୍ତାର କରିଥିଲେ । ବିଳାସପୂର୍ଣ୍ଣ ଚା’ ବ୍ରାଣ୍ଡ ‘ଯୁବି’ ପାଇଁ ସେମାନେ ବେଶ ପ୍ରସିଦ୍ଧ । ଏହି ଚା ବ୍ରାଣ୍ଡ ସାରା ବିଶ୍ୱରେ ପଞ୍ଚ ତାରକା ହୋଟେଲ ଓ ମିଶେଲିନ ଷ୍ଟାର ରେଷ୍ଟୁରାଣ୍ଟକୁ ନିଜର ଚା ରପ୍ତାନୀ କରେ ।
ଏହି ବ୍ରାଣ୍ଡର ପ୍ରତିଷ୍ଠା ହିଁ ସେଠିୟା ପରିବାରକୁ ପରିଚିତ କରାଇଛି ସାରା ବିଶ୍ୱରେ । ଏହି ପରିବାରର ମୋଟ ସମ୍ପତ୍ତି ପ୍ରାୟ ୬୫ ହଜାର କୋଟି । ତେବେ ଋଷିଙ୍କ ଲୋକପ୍ରିୟତା ନେଟୱାର୍କ ଇକ୍ୱିଟି ଫଣ୍ଡସ, ପରୋପକାରୀ ବୋର୍ଡ ତଥା ଦୁନିଆର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅଲଟ୍ରା-ପ୍ରିମିୟମ ସୋସିଆଲ କ୍ଲବ ଯାଏ ରହିଛି।