Posted inଫୁରସତ

୧୧ ଅନ୍ଧ ପିଲାଙ୍କୁ ଜନ୍ମ ଦେଇଛନ୍ତି ଏହି ମହିଳା

ଜଣେ ମା’ ପାଇଁ ତା’ ପିଲାମାନେ ବୃଦ୍ଧାବସ୍ଥାରେ ସାହାରା ପାଲଟିଥାନ୍ତି। ସବୁ ମା’ ବହୁତ ଆଶା ରଖି ନିଜ ପିଲାକୁ ପୋଷଣ କରିଥାନ୍ତି। ଯେତେବେଳେ ବୃଦ୍ଧାବସ୍ଥାରେ କାମ କରିବାକୁ ବଳ ପାଇ ନ ଥାଏ ସେତେବେଳେ ପିଲାମାନେ ସାହାରା ହୋଇ ସବୁ କାମ କରିନେବେ ବୋଲି ଆଶା ରଖିଥାନ୍ତି ପ୍ରତ୍ୟେକ ମା’। କେନିଆ ବାସିନ୍ଦା ଅଗ୍ନେସ ନେସ୍‌ପୋଣ୍ଡି ମଧ୍ୟ ସମାନ କଥା ଭାବିଥିଲେ। ଯେତେବେଳେ ସେ ପ୍ରଥମ ଥର ପାଇଁ ମା’ ହେଲେ, ସେତେବେଳେ ତାଙ୍କ ହୃଦୟ ଭାଙ୍ଗିଗଲା। ସନ୍ତାନ ଜନ୍ମ ପରେ ସେ ଅନ୍ଧ ଥିବା ଜାଣିବାକୁ ପାଇଥିଲେ। ଏହା ପରେ ସେ ଦ୍ୱିତୀୟ ଥର ପାଇଁ ମା’ହେଲେ। ଏଥର ମଧ୍ୟ ସେ ଏକ ଅନ୍ଧ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଅଗ୍ନେସ ଗୋଟିଏ ପରେ ଗୋଟିଏ ଏହିପରି ୧୧ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଯେଉଁମାନେ ସମସ୍ତେ ଅନ୍ଧ ଥିଲେ।

ଅଗ୍ନେସଙ୍କୁ ଅଭିଶାପ ମିଳିଥିବା କୁହାଯାଉଛି। ତାଙ୍କ ଗର୍ଭରୁ କେବଳ ଅନ୍ଧ ପିଲାମାନେ ଜନ୍ମ ହୁଅନ୍ତି। ପ୍ରାୟ ୨୧ ବର୍ଷ ତଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଯାଇଛି। ସବେଠାରୁ ସେ ଏହି ସମସ୍ତ ପିଲାମାନଙ୍କର ଯତ୍ନ ନେଉଛନ୍ତି। ଏବେ ତାଙ୍କ ସାମ୍ନାରେ ଖାଦ୍ୟ ଓ ପାନୀୟ ଅଛି। ୧୧ଟି ପିଲାଙ୍କ ଯତ୍ନ ନେବା, ଯେଉଁମାନେ ଦେଖିପାରୁ ନାହାନ୍ତି, ଅଗ୍ନେସଙ୍କ ପାଇଁ କଷ୍ଟକର ହୋଇପଡୁଛି।

ଆଗ୍ନେସ ତାଙ୍କ ଜୀବନ ବିଷୟରେ ବହୁତ କିଛି ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ସେ କହିଛନ୍ତି, ବିବାହ ପରେ ତାଙ୍କ ଜୀବନ ବହୁତ ଭଲ ଥିଲା। ଯେତେବେଳେ ସେ ପ୍ରଥମ ଥର ଗର୍ଭବତୀ ହେଲେ, ସେ ବହୁତ ଖୁସି ହେଲେ। ତାଙ୍କର ପ୍ରଥମ ପୁଅ ଥିଲା। ପ୍ରାରମ୍ଭରେ ଡାକ୍ତରମାନେ ଧରିପାରୁ ନ ଥିଲେ କି ପିଲାକୁ ଦେଖାଯାଉନାହିଁ। କିନ୍ତୁ କିଛି ସମୟ ପରେ ଯେତେବେଳେ ଅଗ୍ନେସ ଏବଂ ତାଙ୍କ ସ୍ବାମୀ ସନ୍ଦେହ କଲେ, ସେମାନେ ପିଲାଟିକୁ ଡାକ୍ତରଖାନା ନେଇଥିଲେ। ସେଠାରେ ସେ ଜାଣିବାକୁ ପାଇଥିଲେ ଯେ, ପିଲାଟି ଦେଖିପାରିବ ନାହିଁ ।

ଏହା ପରେ ଅଗ୍ନେସ ଦଶଥର ଗର୍ଭବତୀ ହୋଇଛନ୍ତି। ପ୍ରତ୍ୟେକ ଥର ତାଙ୍କ ପାଇଁ ଏକ ଅନ୍ଧ ସନ୍ତାନ ଜନ୍ମ ହେଲେ। ସେ ଏବଂ ତାଙ୍କ ସ୍ବାମୀ ଏକତ୍ର ସମସ୍ତ ପିଲାମାନଙ୍କର ଯତ୍ନ ନେଉଥିଲେ। କିନ୍ତୁ ଅଗ୍ନେସଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଅବସ୍ଥା ଆହୁରି ଖରାପ ହୋଇଥିଲା। ଅଗ୍ନେସଙ୍କ ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ, ସେ ଅଭିଶାପିତ। କେହି କେହି ତାଙ୍କ ଉପରେ କଳା ଯାଦୁ କରିଛନ୍ତି, ଯେଉଁଥିପାଇଁ ତାଙ୍କର ସମସ୍ତ ସନ୍ତାନ ଅନ୍ଧ ହୋଇ ଜନ୍ମ ହୋଇଥିଲେ। ବର୍ତ୍ତମାନ ତାଙ୍କର ପ୍ରଥମ ପୁଅର ବୟସ ଚାଳିଶ ବର୍ଷରୁ ଅଧିକ। ଏହା ପରେ ମଧ୍ୟ ସେ ନିଜେ ସମସ୍ତଙ୍କର ଯତ୍ନ ନିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri