ଏହି ମହିଳାଙ୍କୁ ୫୦ ଥର ଅପହରଣ କରିଛନ୍ତି ଏଲିଅନ୍‌: ବଖାଣିଲେ ଅନୁଭୂତି…

ଲଣ୍ଡନ,୧୦।୫: ଏଲଅନ୍‌ଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନଭିନ୍ନ ରୋମାଞ୍ଚକର ଘଟଣା ସମ୍ପର୍କରେ ଶୁଣିବାକୁ ମିଳିଥାଏ। ଏବେ ଜଣେ ବ୍ରିଟିଶ୍‌ ମହିଳା ତାଙ୍କୁ ୫୦ ଥର ଏଲିଅନ୍‌ମାନେ ଅପହରଣ କରିଥିବା ପ୍ରକାଶ କରିଛନ୍ତି। ଅପହରଣ ସମୟର ଅନୁଭୂତି ସେ ବଖାଣିଛନ୍ତି। ମହିଳା ଜଣକ ହେଉଛନ୍ତି ପାଓ୍ବଲା ସ୍ମିଥ୍‌। ବର୍ତ୍ତମାନ ତାଙ୍କୁ ୫୦ ବର୍ଷ। ସେ ବ୍ରେଡ୍‌ ଫୋର୍ଡରେ ବାସ କରନ୍ତି। ସେ ଛୋଟ ଥିବାବେଳେ ତାଙ୍କୁ ପ୍ରଥମେ ଏଲିଅନ୍‌ମାନେ ୟୁଏଫ୍‌ଓ ବସାଇ ଅପହରଣ କରିନେଇଥିଲେ। ଏହାପରେ ବିଭିନ୍ନ ସମୟରେ ତାଙ୍କୁ ଅପହରଣ କରାଯାଇଛି। ଏଲିଅନ୍‌ମାନେ ଅପହରଣ ସମୟରେ ତାଙ୍କ ଶରୀରର ଥରେ ଏକ ପ୍ରକାର ଚିହ୍ନ ଅଙ୍କନ କରିଥିବା ପାଓ୍ବଲା ଦାବି କରିଛନ୍ତି। ବତ୍ତର୍ମାନ ସୁଦ୍ଧା ସେ ଏଲଅନ୍‌ଙ୍କୁ ୫୨ ଥର ଭେଟିଥିବା ଦାବି କରିଛନ୍ତି। ଏଲିଅନ୍‌ ତାଙ୍କୁ ବଳପୂର୍ବକ ଉଠାଇ ନେଉଥିବାର କାରଣ କଣ ତାହା ତାଙ୍କୁ ଅଜଣା ବୋଲି ସେ କହିଛନ୍ତି। ୧୯୮୨ରେ ପାଓ୍ବଲା ପ୍ରଥମେ ୟୁଏଫ୍‌ଓକୁ ଦେଖିଥିବା ପ୍ରକାଶ କରିଛନ୍ତି।

Share