ଦୁନିଆରେ ଏମିତି କେହି ନାହିଁ ଯିଏ ନିଆଁକୁ ନ ଡରେ। ନିଆଁ ଦେଖିଲେ ହିଁ ଭୟରେ ଦେହ ଥରି ଉଠେ। ଏହାର ଭୟାବହତା କେତେ ଯେ ମାରାତ୍ମକ ତା’ର ଅନେକ ଉଦାହରଣ ରହିଛି। ମାତ୍ର ଜଣେ ମହିଳା କୁହନ୍ତି, ତାଙ୍କୁ ନିଆଁ ଭଲ ଲାଗେ। ସେ କେବେ ନିଆଁକୁ ଡରନ୍ତି ନାହିଁ। ଏହା ପଛରେ ଥିବା କାରଣକୁ ନେଇ ସେ ଟିକ୍ଟକ୍ ମାଧ୍ୟମରେ କହିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…
ଜଣେ ମହିଳା ଟିକ୍ଟକ୍ ଭିଡିଓରେ ନିଜକୁ ଡାଆଣୀ ବୋଲି କହିଛନ୍ତି। ତାଙ୍କ ନିକଟରେ ଅନେକ ଅଲୌକିକ ଶକ୍ତି ରହିଛି। ଏହି ଶକ୍ତି ମାଧ୍ୟମରେ ସେ ଅନେକ କିଛି କରି ଦେଇପାରନ୍ତି। ଭାଇରାଲ ଭିଡିଓରେ ଷ୍ଟେଫେନୀ @thecelticsbrew ନାମକ ଜଣେ ମହିଳା କହିଛନ୍ତି, ଯେଉଁ ଲୋକ ଖରାପ ତରିକା ବା ଉପାୟରେ ମରୁଛନ୍ତି ସେମାନେ ‘ପୂର୍ବ ଜନ୍ମ’ ସହ ଜଡ଼ିତ ଥିବା କିଛି କାରଣ ଯୋଗୁ ମରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ପୂର୍ବଜନ୍ମରେ ନିଆଁରେ ପୋଡ଼ି ହୋଇ ମରିଥିବାରୁ ଏ ଜନ୍ମରେ ମୋର ନିଆଁକୁ ଡରଭୟ ନାହିଁ। ନିଆଁ ମୋର ଆପଣାର। ସେ ପୂର୍ବଜନ୍ମରେ ବିଶ୍ୱାସ କରନ୍ତି ବୋଲି ଭିଡିଓ ମାଧ୍ୟମରେ କହିଛନ୍ତି। ଯାହା ଖୁବ୍ ଭାଇରାଲ ହେଉଛି।