ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା ମହିଳାଙ୍କ ପାକିସ୍ତାନ ସହ ସମ୍ପର୍କ ରହିଛି, ଏହି କାରଣରୁ ପାକିସ୍ତାନରେ ଏହି ଫଟୋ ଉପରେ ଅଧିକ ଚର୍ଚ୍ଚା ହେଉଛି। ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ମୁକେଶ ଅମ୍ବାନୀଙ୍କ ସହ ଦେଖାଯାଇଥିବା ମହିଳା ଜଣେ ନେତା, ଯାହାଙ୍କ ନାମ ଶର୍ମିଳା ଫାରୁକୀ। ସେ ବିଲାଓ୍ବାଲ ଭୂଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ନେତ୍ରୀ। ଭାଇରାଲ ଫଟୋରେ ଶର୍ମିଳା ତାଙ୍କ ସ୍ବାମୀ ହାସନ ଶେଖ ଏବଂ ପିଲାମାନଙ୍କ ସହିତ ନଜର ଆସିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫଟୋ ପ୍ୟାରିସର ଡିଜ୍‌ନିଲାଣ୍ଡରୁ ଆସିଛି। ଆମେ ଆପଣଙ୍କୁ କହି ରଖୁଛୁ ଯେ, ଭାରତର ସବୁଠାରୁ ଧନୀ ବ୍ୟକ୍ତି ବର୍ତ୍ତମାନ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଏବଂ ଝିଅ ଇଶା ଅମ୍ବାନୀଙ୍କ ସମେତ ଫ୍ରାନ୍ସର ରାଜଧାନୀରେ ଅଛନ୍ତି। ଏହି ସମୟରେ ଏହି ଫଟୋ ଦେଖିବାକୁ ମିଳିଛି। ଯେତେବେଳେ ଶର୍ମିଳା ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ତାହା ପରେ ଏହି ଫଟୋ ଭାଇରାଲ ହୋଇଥିଲା। ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ମୁକେଶ ଅମ୍ବାନୀଙ୍କ ସହ। ଫଟୋରେ ମୁକେଶ ଅମ୍ବାନୀ ତାଙ୍କ ନାତୁଣୀ ସହିତ ନଜର ଆସିଛନ୍ତି। ଡିଜ୍‌ନୀଲାଣ୍ଡରେ ବୁଲୁଥିବା ସମୟରେ ମୁକେଶ ଏବଂ ପାକିସ୍ତାନୀ ମହିଳା ସାକ୍ଷାତ ହୋଇଥିଲେ, ଯେଉଁଥିରେ ଏହି ସେଲ୍‌ଫି ନିଆଯାଇଥିଲା। ଶର୍ମିଳା ମଧ୍ୟ ଇଶା ଅମ୍ବାନୀଙ୍କ ସହ ସେଲ୍‌ଫି ନେଇଥିଲେ।

ପାକିସ୍ତାନର ସିନ୍ଧ୍‌ର ଜଣେ ବିଶିଷ୍ଟ ରାଜନେତା ଫାରୁକୀ ୨୫ ଜାନୁୟାରୀ ୧୯୮୭ରେ ଜନ୍ମଗ୍ରହଣ କରିଥିଲେ। ସେ ଦୁଇଥର ସିନ୍ଧ୍‌ ବିଧାନସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ଶର୍ମିଳାଙ୍କ ପରିବାର ଦୀର୍ଘଦିନ ଧରି ରାଜନୀତି ସହ ଜଡ଼ିତ ଥିଲେ। ସେ ପାକିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଏନ୍‌ଏମ୍‌ ଉକାଲିଙ୍କ ନାତୁଣୀ। ସେ ୧୯୮୧ରୁ ୧୯୯୬ ପର୍ଯ୍ୟନ୍ତ ପାକିସ୍ତାନ ଷ୍ଟିଲ୍‌ ମିଲ୍ସର ପୂର୍ବତନ ଚେୟାରମ୍ୟାନ ଥିଲେ। ୨୦୨୧ରେ ତାଙ୍କର ଦେହାନ୍ତ ଘଟିଥିଲା। ତାଙ୍କ ପରିବାର ପାକିସ୍ତାନ ଷ୍ଟିଲ୍‌ ମିଲ୍ସରୁ ୧.୯୫ ବିଲିୟନ ଡଲାରର ଅପବ୍ୟବହାର ଅଭିଯୋଗ ସହିତ ଅନେକ ବିବାଦରେ ଛନ୍ଦି ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri