ଖରିଫ୍‌ର ୮, ରବିର ୯ ଫସଲ ବୀମାଭୁକ୍ତ ହେବ

ଭୁବନେଶ୍ୱର,୨୧ା୬(ବ୍ୟୁରୋ):ଚଳିତ ବର୍ଷ ଖରିଫ୍‌ ଋତୁରେ ୮ ଓ ରବି ଋତୁରେ ୯ ଟି ଫସଲକୁ ବୀମାଭୁକ୍ତ କରାଯିବ। ସୋମବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଖରିଫ୍‌ ଋତୁରେ ଧାନ, ଚିନାବାଦାମ, ମକା, ହରଡ଼, ମାଣ୍ଡିଆ, ତୁଳା, ଅଦା ଓ ହଳଦୀକୁ ବୀମାଭୁକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ରବି ଋତୁରେ ଧାନ, ଚିନାବାଦାମ, ବିରି, ମୁଗ, ସୋରିଷ, ସୂର୍ଯ୍ୟମୁଖୀ, ଆଖୁ, ଆଳୁ ଏବଂ ପିଆଜ ଆଦି ୯ଟି ଫସଲ ବୀମାଭୁକ୍ତ ହେବ। ସାଧାରଣତଃ ଧାନ ଫସଲ ପାଇଁ ଗୋଟିଏ ପଞ୍ଚାୟତ ବା ସହରାଞ୍ଚଳ ଏବଂ ଅଣ-ଧାନ ଫସଲ ଲାଗି ଏକ ବ୍ଲକକୁ ବୀମା ୟୁନିଟ୍‌ ଭାବେ ବିଚାର କରାଯିବ। ଚଳିତ ବର୍ଷ ଜୁଲାଇ ୩୧କୁ ଖରିଫ୍‌ ପସଲ ବୀମା ପଞ୍ଜୀକରଣର ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଏହି ଦିନ ସୁଦ୍ଧା ଚାଷୀମାନେ ନିଜ ନିଜ ଫସଲବୀମା ଋଣ ନେଉଥିବା ବ୍ୟାଙ୍କ ଜରିଆରେ ପଞ୍ଜୀକରଣ କରିପାରିବେ । ଯେଉଁମାନେ ଚାଷୀଋଣ ନେଉନାହାନ୍ତି ସେମାନେ ମଧ୍ୟ ନିକଟସ୍ଥ ଜନସେବା କେନ୍ଦ୍ର, ନିଜର ସେଭିଙ୍ଗ୍ସ୍‌ ଆକାଉଣ୍ଟ ଥିବା ବ୍ୟାଙ୍କ ବା ସମ୍ପୃକ୍ତ ଜିଲା ପାଇଁ ନିର୍ଦ୍ଧାରିତ ଫସଲବୀମା କମ୍ପାନୀ ଏଜେଣ୍ଟଙ୍କ ମାଧ୍ୟମରେ ଫସଲ ବୀମା କରାଇପାରିବେ।
କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସଞ୍ଜୀବ କୁମାର ଚଢ଼ା ଚଳିତ ବର୍ଷ ପାଇଁ ଫସଲ ବୀମା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ବୀମା ସର୍ତ୍ତ ଅନୁସାରେ କ୍ଷତିପୂରଣ ପାଇଁ ଯୋଗ୍ୟ ବିବେଚିତ ସମସ୍ତ ଚାଷୀଙ୍କୁ ତୁରନ୍ତ ବୀମାରାଶି ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, କୃଷକଙ୍କ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ଗ୍ରହଣୀୟ ନୁହେଁ। ସେମାନଙ୍କ ବ୍ୟାଙ୍କ ଖାତାକୁ ବୀମାରାଶି ପଠାଇବାରେ କୌଣସି ପ୍ରକାର ଅବହେଳାକୁ ସରକାର ଗୁରୁତର ସହ ବିଚାର କରିବେ। ଚାଷ ହୋଇଥିବା କ୍ଷେତର ପରିମାଣ ଏବଂ ଅମଳ ହାର ନିର୍ଦ୍ଧାରଣ ନିମନ୍ତେ ଆଧୁନିକ ସାଟେଲାଇଟ୍‌ ଗବେଷଣା କୌଶଳଗୁଡ଼ିକର ପ୍ରୟୋଗ ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ ସମନ୍ବିତ ବୈଷୟିକ କାର୍ଯ୍ୟାନ୍ବୟନ ଯୋଜନା ପ୍ରସ୍ତୁତ କରିବା ଲାଗି ସେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଓଡ଼ିଶା ମହାକାଶ ଗବେଷଣା ଉପଯୋଗ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ବର୍ଷଠାରୁ ସାଟେଲାଇଟ୍‌ କୌଶଳଭିତ୍ତିରେ ରାଜ୍ୟର ସବୁ ଅଞ୍ଚଳରେ ଶସ୍ୟୱାରି ଚାଷ ହୋଇଥିବା ଜମିର ପରିମାଣ ଏବଂ ଅମଳ ହାର ଆକଳନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି।
ବୀମା ପ୍ରିମିୟମ୍‌ର ଶତକଡ଼ା ୯୮ ଭାଗ ରାଜ୍ୟ ଓ କେନ୍ଦ୍ର ସରକାର ଦିଅନ୍ତି। ସମ୍ପୃକ୍ତ ଚାଷୀ ୨% ପ୍ରିମିୟମ ଭରଣା କରିଥାଆନ୍ତି। ୨୦୨୧ ଖରିଫ୍‌ ଋତୁରେ ପ୍ରାୟ ୧୨.୩୦ ଲକ୍ଷ ଚାଷୀଙ୍କର ୧୦.୫୦ ଲକ୍ଷ ହେକ୍ଟର ଚାଷଜମି ବୀମାଭୁକ୍ତ ହୋଇଥିଲା। ଏହି ବୈଠକରେ ଅର୍ଥ ବିଭାଗ ସଚିବ ବିଶାଳ କୁମାର ଦେବ, ସମବାୟ ସଚିବ ସଞ୍ଜୀବ କୁମାର ଚଢ଼ା, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଦଶମ ପରୀକ୍ଷା ୨୦୨୫ ଫର୍ମ ଭରିବା ତାରିଖ

ଭୁବନେଶ୍ୱର,୧୮।୧୧: ଦଶମ ପରୀକ୍ଷା ୨୦୨୫ ପାଇଁ ଫର୍ମ ଭରିବା ତାରିଖ ଘୁଞ୍ଚିଛି। ସୋମବାର ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଏହି ସୂଚନା ଦେଇଛି। ବିଏସଇ...

ଦୁଇଘଣ୍ଟା ଅଟକି ଯାଇଥିଲା ହୃଦସ୍ପନ୍ଦନ: ଯୁବକଙ୍କୁ ନୂଆ ଜୀବନ ଦେଲେ ଭୁବନେଶ୍ୱର ଏମ୍ସ ଡାକ୍ତର

ଭୁବନେଶ୍ୱର,୧୮।୧୧: ଭୁବନେଶ୍ୱର ଏମ୍ସ ଡାକ୍ତଙ୍କୁ ମିଳିଛି ଐତିହାସିକ ସଫଳତା। ଡାକ୍ତରୀ ଉତ୍କର୍ଷତା ଏବଂ କାର୍ଯ୍ୟପ୍ରତି ସମର୍ପିତ ଭାବର ଏକ ଅଦ୍ଭୁତ ପ୍ରଦର୍ଶନରେ ଏମ୍ସ ଭୁବନେଶ୍ୱରରେ ଉତ୍ସର୍ଗୀକୃତ...

ମକାମଣ୍ଡି ଉଦ୍‌ଘାଟିତ

ଉମରକୋଟ, ୧୮।୧୧(ସନ୍ତୋଷ ଶତପଥୀ): କେନ୍ଦ୍ର ସରକାରଙ୍କ ସଂସ୍ଥା ନାଫେଡ୍‌ ପକ୍ଷରୁ ନବରଙ୍ଗପୁର ଜିଲାର ଉମରକୋଟ, ଝରିଗାଁ ଓ ରାଇଘରରେ ମକାମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଉମରକୋଟ ଆର୍‌ସିଏମ୍‌ଏସ୍‌...

ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରର ୧୧ ଛାତ୍ରୀ ଅସୁସ୍ଥ

ଦେବଗଡ଼,୧୮।୧୧: ଦେବଗଡ଼ ଜିଲା ମୁଖ୍ୟ ହସ୍ପିଟାଲ ପରିସର ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରରେ ସୋମବାର ଏକ ଅଘଟଣ ଘଟିଛି। ୧୧ଜଣ ଏଏନ୍‌ଏମ୍‌ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ...

ସମୀର ଦେଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ: ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ନବୀନଙ୍କ ଯାଏ …

କଟକ,୧୮।୧୧: ତେବେ ସମୀର ଦେ’ଙ୍କ ଦେହାନ୍ତକୁ ନେଇ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ର ପତିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏବଂ ରାଜନେତା...

ଖାନନଗର ମଶାଣିରେ ହେବ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଶେଷକୃତ୍ୟ

କଟକ,୧୮।୧୧: କଟକ ଖାନନଗର ମଶାଣିରେ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଶେଷକୃତ୍ୟ କରାଯିବ। ଏ ନେଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି।...

ବାଲିଯାତ୍ରାରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

କଟକ,୧୭।୧୧: ବାଲିଯାତ୍ରାର ତୃତୀୟ ଦିନରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗତସିଂହପୁର ଜୟବଡ଼ର ପ୍ରଭାକର ମନ୍ଥନଙ୍କ ପୁଅ...

ଆଗାମୀ ତିନିଦିନ ଏହି ସମସ୍ତ ଜିଲାରେ ଘନ କୁହୁଡ଼ି ସମ୍ଭାବନା: ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୮।୧୧: ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ଅଧିକାଂଶ ସ୍ଥାନରେ ଦେଖାଯାଇଥିବା ସର୍ବନିମ୍ନ କିମ୍ବା ରାତିର ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ ବୋଲି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri