୪୨ ହଜାରରୁ ଊର୍ଦ୍ଧ୍ୱ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ

ପାରାଦୀପ,୭।୧(ସ୍ବ.ପ୍ର.): ପାରାଦୀପ ପିପିଏଲ୍‌ ପରିସରରେ ଥିବା ଜଳାଶୟରେ ଚଳିତବର୍ଷ ୪୨ ହଜାରରୁ ଊର୍ଦ୍ଧ୍ୱ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଶୁକ୍ରବାର ରାଜନଗର ବନଖଣ୍ଡ ପକ୍ଷରୁ ହୋଇଥିବା ଗଣନାରେ ଏହା ଦର୍ଶାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ପୂର୍ବବର୍ଷ ତୁଳନାରେ ଏହା ସର୍ବାଧିକ ବୋଲି କୁହାଯାଇଛି। ଏଥର ୪୬ ପ୍ରଜାତିର ପକ୍ଷୀ ଆସିଛନ୍ତି। ସେଥିମଧ୍ୟରେ ନୂଆ ପ୍ରଜାତି ହେଲା କମନ ରିଙ୍ଗେଡ ପ୍ଲୋଭର। ଅନୁକୂଳ ପରିବେଶ ଓ ଶାନ୍ତ ବାତାବରଣ ଯୋଗୁ ପକ୍ଷୀମାନେ ଏଠାରେ ରହୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ କମ୍ପାନୀ ପକ୍ଷରୁ କଟକଣା ଜାରି କରାଯାଇଛି। କୁଜଙ୍ଗ ବନାଞ୍ଚଳ ଅଧିକାରୀ ରଞ୍ଜନ କୁମାର ମିଶ୍ରଙ୍କ ନେତୃତ୍ୱରେ ପକ୍ଷୀ ଗଣନାକାରୀମାନେ ଏଥିରେ ସାମିଲ ହୋଇଥିଲେ।

Share