ଏବର୍ଷ ନାଗାର୍ଜୁନ ବେଶ ଦର୍ଶନ ବନ୍ଦ

ପୁରୀ ଅଫିସ,୩୦।୧୦: ଚଳିତବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦେଖିପାରିବେନି ଭକ୍ତ। କୋଭିଡ୍‌ କଟକଣା ପାଇଁ ଶ୍ରଦ୍ଧାଳୁଙ୍କୁ ଏହି ବେଶ ଦର୍ଶନରୁ ବଞ୍ଚିତ ହେବାକୁ ପଡ଼ିବ। ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ସବ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ଭର୍ଚୁଆଲ ବୈଠକରେ କାର୍ତ୍ତିକ ମାସ ଏବଂ ନାଗାର୍ଜୁନ ବେଶ ନୀତି ଚୂଡ଼ାନ୍ତ କରାଯାଇଛି। ତେବେ ଦୀର୍ଘ ୨୫ ବର୍ଷ ପରେ ପଡୁଥିବା ମହାପ୍ରଭୁଙ୍କ ମହାର୍ଘ ନାଗାର୍ଜୁନ ବେଶ ଦର୍ଶନରେ ବାଧକ ସାଜିଛି ମହାମାରୀ କରୋନା। ଅନ୍ୟପକ୍ଷରେ ଧର୍ମ ମାସ କାର୍ତ୍ତିକରେ ସାଧାରଣ ଭକ୍ତ ଏବଂ ହବିଷିଆଳିଙ୍କୁ କିପରି ସୁରୁଖୁରୁରେ ମହାପ୍ରସାଦ ମିଳିବ ସେଥିଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ନଭେମ୍ବର ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଏହାକୁ ଶୃଙ୍ଖଳାର ସହ ସମ୍ପନ୍ନ ନିମନ୍ତେ ଗୁରୁବାର ନୀତି ସବ୍‌ କମିଟି ବୈଠକ ବସିଥିଲା। କରୋନା ବିପଦ ସମ୍ପୂର୍ଣ୍ଣ ଭାବେ ଟଳି ନ ଥିବାରୁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସାଧାରଣତଃ ନାଗାର୍ଜୁନ ବେଶରେ ସର୍ବସାଧାରଣ ଦର୍ଶନ ଭିତର କାଠ ନିକଟରେ ହୋଇଥାଏ। ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁ ଏହି ଦର୍ଶନ ବନ୍ଦ ରହିବ ବୋଲି ନୀତି ନିର୍ଘଣ୍ଟ ସୂଚୀରେ ସ୍ପଷ୍ଟ କରାଯାଇଛି। ନାଗାର୍ଜୁନ ବେଶ ନୀତି ନିର୍ଘଣ୍ଟ ଅନୁଯାୟୀ, ଏହି ବେଶ ଲାଗି ପୂର୍ବରାତ୍ରି ପହୁଡ଼ ନଭେମ୍ବର ୨୬ ତାରିଖ ରାତି ୧୨ଟାରେ ହେବ। ରାତି ୨ଟାରେ ଦ୍ୱାର ଫିଟି ସାଢେ ୨ଟାରେ ମଙ୍ଗଳ ଆଳତି କରାଯିବ। ଏହାପରେ ଅନ୍ୟାନ୍ୟ ନୀତି ବଢ଼ି ଭୋର ୪ଟାରେ ନାଗାର୍ଜୁନ ବେଶ ଆରମ୍ଭ ହେବ। ଏହି ବେଶ ପ୍ରାୟ ୩ ଘଣ୍ଟା ଲାଗିବ। ୨୭ ତାରିଖ ସକାଳ ୭ଟାରେ ବେଶ ଶେଷ ପାଇଁ ସମୟ ନିର୍ଘଣ୍ଟ ହୋଇଛି। ଏହି ବେଶ ଥାଇ ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳଧୂପ ଉଠିବା, ଭୋଗମଣ୍ଡପ ଉଠିବା, ବାଳଧୂପ ଶେଷ ଓ ଅପରାହ୍ନ ସାଢେ ୧ଟାରେ ଭୋଗ ମଣ୍ଡପ ଶେଷ ହେବା ପରେ ନାଗାର୍ଜୁନ ବେଶ ମଇଲମ କରାଯିବ।
ସେହିପରି କାର୍ତ୍ତିକ ମାସରେ ହବିଷିଆଳି ଓ ଶ୍ରଦ୍ଧାଳୁମାନେ କିପରି ସୁବିଧାରେ ମହାପ୍ରସାଦ ପାଇପାରିବେ ସେ ନେଇ ଆଲୋଚନା ହୋଇଥିଲା। ଏଥିପାଇଁ ସୁଆର ମହାସୁଆର ନିଯୋଗ ସହ ବୈଠକ ବସି ଚୂଡ଼ାନ୍ତ କରାଯିବ। ଶ୍ରୀମନ୍ଦିର ଦକ୍ଷିଣ ଓ ଉତ୍ତର ଦ୍ୱାରରେ ଶେଡ୍‌ ନିର୍ମାଣ ହେବ। ଭକ୍ତମାନେ କାଉଣ୍ଟରରେ ଟୋକନ କାଟି ମହାପ୍ରସାଦ ପାଇପାରିବେ ବୋଲି ଆଲୋଚନା ହୋଇଛି। ଉକ୍ତ ବୈଠକରେ ଜିଲାପାଳ ବଲଓ୍ବନ୍ତ ସିଂ, ଏସ୍‌ପି ଅଖିଳେଶ୍ୱର ସିଂ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ପରିଚାଳନା କମିଟି ସଦସ୍ୟ ଏବଂ ନୀତି ସବ୍‌ କମିଟି ସଦସ୍ୟ ଅଂଶଗ୍ରହଣ କରିଥିଲେ।
ସୂଚନାଥାଉ କି, ଦୀର୍ଘ ୨୫ବର୍ଷ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଏହି ବେଶର ମାସକ ପୂର୍ବରୁ ଗତ ସୋମବାର ବେଶ ଅନୁକୂଳ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ହରଚଣ୍ଡୀସାହି ଚକ୍ରକୋଟ ଜାଗାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ନାଗାର୍ଜୁନ ବେଶ ଅନୁକୂଳ କରାଯାଇଥିଲା। ଏହି ବେଶରେ ମହାପ୍ରଭୁ ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରି, ଶ୍ରୀମୁଖରେ ଲମ୍ବା ଦାଢି ଭଳି ଅନନ୍ୟ ଏବଂ ଅପୂର୍ବ ନାଗା ରୂପ ଧାରଣ କରିବେ। ଚଳିତ ବର୍ଷ ପଞ୍ଚକ ୬ଦିନ ପଡ଼ୁଥିବାରୁ ବିଧି ଅନୁସାରେ ନାଗାର୍ଜୁନ ବେଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨ରୁ ନୂଆ ପାଠପଢ଼ା: ଘରକୁ ଯାଇ ନିମନ୍ତ୍ରଣପତ୍ର ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୮ା୩(ସନ୍ତୋଷ ପାଢ଼ୀ): ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ୫ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ନାମଲେଖା ନିମନ୍ତେ ଘରକୁ ଘର ବୁଲି ଅଭିଭାବକଙ୍କୁ ସଚେତନ କରାଯାଉଛି।...

ପୂରଣ ହେଉନି ଟ୍ୟାପ୍‌ରେ ପାଣି ପାଇବା ସ୍ବପ୍ନ

ଝାରସୁଗୁଡ଼ା,୨୮।୩(ଆଶିଷ ରଞ୍ଜନ ଦାଶ): ପ୍ରତ୍ୟେକ ପରିବାର ନିକଟରେ ୨୦୨୪ ଶେଷ ସୁଦ୍ଧା ଟ୍ୟାପ ଯୋଗେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ପାଇଁ ସରକାର ଘୋଷଣା କରିଥିଲେ।...

ଡିଏସ୍‌ସିର ହେଉଛି ଅପବ୍ୟବହାର

ଭବାନୀପାଟଣା,୨୮ା୩(ଉତ୍ତମ କୁମାର ଦାଶ): ଅନୁନ୍ନତ ଅଞ୍ଚଳରେ ଶିକ୍ଷାର ଅଭାବ ଥିବା ଜନପ୍ରତିନିଧି ଓ ଅଙ୍କୁଶ ନ ଥିବା ସରକାରୀ ବ୍ୟବସ୍ଥା ଭିତରେ କୋଟି କୋଟି ଟଙ୍କାର...

୧୦ଟି ମେଗା ଶିଳ୍ପ ପ୍ରକଳ୍ପକୁ ଓଡ଼ିଶା ସରକାରଙ୍କ ଅନୁମୋଦନ: ସୃଷ୍ଟି ହେବ ୫୧,୯୩୯ ରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୨୮ା୩: ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (HLCA) ଗୁରୁବାର ରାଜ୍ୟରେ ୧.୬୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୦ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ...

ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା: KIITକୁ ଦାୟୀ କଲେ NHRC

ଭୁବନେଶ୍ୱର,୨୮ା୩: ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ କିଟ୍‌ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି NHRC। କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ମଧ୍ୟ...

ପିଜି ଡାକ୍ତରଙ୍କ ସଂଘବଦ୍ଧ ଆକ୍ରମଣ: ମହିଳା ରୋଗୀଙ୍କ ଭଉଣୀଙ୍କୁ ଦୁର୍ବ୍ୟବହାର

କଟକ,୨୮ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଗୁରୁବାର କେତେଜଣ ପିଜି ଡାକ୍ତର ଏକ ୱେବ୍‌ ଚ୍ୟାନେଲର ଖବରଦାତା ରଞ୍ଜିତ ମହାପାତ୍ରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଫଳରେ...

କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ

ଏମ୍‌ଏସ୍‌ବି ଅଟୋମୋଟିଭ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ବ୍ୟାପକ ଡିଲରଶିପ୍‌ ନେଟ୍‌ୱର୍କ ସହିତ ଓଡ଼ିଶାର ୨ ଚକିଆ ବଜାରକୁ ନୂଆରୂପ ଦେଇଛି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମନସୁର...

ଦାରିଦ୍ର୍ୟ ହାର: ମାଲକାନଗିରିରେ ସର୍ବାଧିକ, ପୁରୀରେ ସର୍ବନିମ୍ନ

ଭୁବନେଶ୍ୱର,୨୮ା୩ (ସୁଚିସ୍ମିତା ସାହୁ): ରାଜ୍ୟରେ ମାଲକାନଗିରି ଜିଲାରେ ଦାରିଦ୍ର୍ୟ ହାର ସର୍ବାଧିକ ରହିଛି। ବିଜେଡି ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image