Categories: ଜାତୀୟ

ଚଳିତ ବର୍ଷ ମୌସୁମୀ ରହିବ ସ୍ବାଭାବିକ…

ନୂଆଦିଲ୍ଲୀ, ୧୪।୪ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚଳିତ ବର୍ଷ ମୌସୁମୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଏହି ସୂଚନା ସାଧାରଣ ଲୋକଙ୍କ ଠାରୁ କୃଷକମାନଙ୍କ ଆଶ୍ୱସ୍ତ କରିଛି। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ସମୟରେ ଭାରତରେ ସାଧାରଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ଚଳିତ ବର୍ଷର ମୌସୁମୀ ସ୍ବାଭାବିକ ରହିବ। ୧୯୭୧-୨୦୨୦ ଅବଧି ପାଇଁ ଏହି ବୃଷ୍ଟିପାତ ଲଙ୍ଗ ପିରିୟଡ ହାରାହାରି (ଏଲପିଏ)ର ୮୭ ସେମି ପ୍ରତିଶତରୁ ତୁଳନାରେ ଚଳିତ ବର୍ଷ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ହେବାର ପୂର୍ବାନୁମାନ କରାଯାଇଛି। ଏହାପୂର୍ବରୁ, ପାଣିପାଗ ବିଭାଗ ୧୯୬୧-୨୦୧୦ ମଧ୍ୟରେ ୮୮ ସେମି ବର୍ଷା ହେବାର ପୂର୍ବାନୁମାନ କରିଥିଲା। ଜୁନ ରୁ ସେପ୍ଟେମ୍ବର ମଧ୍ୟରେ ଏଥର ଏହା ୮୮୮.୬ମିଲିମିଟର ହେବ ଯାହା ପୂର୍ବରୁ ୮୮୦.୬ ମିଲିମିଟର ଥିଲା। ।

ମୌସୁମୀରେ ଉତ୍ତର ଭାରତ, କେନ୍ଦ୍ରୀୟ ଭାରତ, ହିମାଳୟର ପାଦଦେଶ ଏବଂ ଉତ୍ତର ପଶ୍ଚିମ ଭାରତରେ ସ୍ବାଭାବିକ ଅବା ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ଉତ୍ତର-ପୂର୍ବ ଭାରତର ବହୁ ଅଂଶ, ଉତ୍ତର-ପଶ୍ଚିମ ଭାରତର କିଛି ଅଂଶ ଏବଂ ଦକ୍ଷିଣ ଅଞ୍ଚଳରେ ସ୍ବାଭାବିକରୁ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି।

୨୦୨୧ରେ, ଜୁନ ରୁ ସେପ୍ଟେମ୍ବର ମଧ୍ୟରେ ଚାରି ମାସରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ଦେଶରେ ସାଧାରଣ ବୃଷ୍ଟିପାତ ହୋଇଥିଲା। ଏହା କ୍ରମାଗତ ତୃତୀୟ ବର୍ଷ ଥିଲା ଯାହା ଦ୍ୱାରା ଦେଶରେ ସ୍ବାଭାବିକ ବୃଷ୍ଟିପାତ ରେକର୍ଡ ହୋଇଥିଲା। ୨୦୨୦ରେ ବର୍ଷା ସ୍ବାଭାବିକଠାରୁ ଅଧିକ ଥିଲା।

Share