ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ଚଳିତ ବର୍ଷ ଭୁବନେଶ୍ବର ବାଲିଯାତ୍ରା ହେବନି । କଟକ ବାଲିଯାତ୍ରା ନ ହେବାନେଇ ବିଜ୍ଞପ୍ତି ଜାରି ହେବା ପରେ ବର୍ତ୍ତମାନ ଭୁବନେଶ୍ବର ମଧ୍ୟ ଚଳିତ ବର୍ଷ ବାଲିଯାତ୍ରା ହେବନାହିଁ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। କୋଭିଡ କଟକଣା ପାଇଁ ବାଲିଯାତ୍ରାକୁ କମିଶନରେଟ ପୋଲିସ ଅନୁମତି ଦେଲା ନାହିଁ। ଗତ ବର୍ଷ ମଧ୍ୟ ମହାମାରୀ କାରଣରୁ ଭୁବନେଶ୍ବର ଏବଂ କଟକ ଉଭୟ ବାଲିଯାତ୍ରା ବନ୍ଦ ରହିଥିଲା । ତେବେ ଏ ବର୍ଷ ମଧ୍ୟ କୋଭିଡ କଟକଣା କାରଣରୁ ବାଲିଯାତ୍ରା ହେବ ନାହିଁ ।