Posted inଜାତୀୟ

ଏବର୍ଷର ମାର୍ଚ୍ଚ ସବୁଠୁ ଉତ୍ତପ୍ତ

ନୂଆଦିଲ୍ଲୀ,୧୦ା୪(ପି.ଟି.): ଚଳିତବର୍ଷର ମାର୍ଚ୍ଚ ବିଶ୍ୱରେ ସବୁଠୁ ଉତ୍ତପ୍ତ ମାସ ଭାବେ ଅନୁଭୂତ ହୋଇଛି। ଏଲ୍‌ ନିନୋ ସ୍ଥିତି ଏବଂ ମାନବକୃତ ଜଳବାୟୁ ପରିବର୍ତ୍ତନର ମିଳିତ ପ୍ରଭାବ ଯୋଗୁ ଗତବର୍ଷର ଜୁନ୍‌ରୁ କ୍ରମାଗତ ୧୦ ମାସ ତାପମାତ୍ରାରେ ନୂଆ ରେକର୍ଡ ସୃଷ୍ଟି ହୋଇଥିବା ୟୁରୋପୀୟ ସଂଘର ଜଳବାୟୁ ସଂସ୍ଥା କୋପରନିକସ୍‌ କ୍ଲାଇମେଟ ଚେଞ୍ଜ୍‌ ସର୍ଭିସ (ସି୩ଏସ୍‌) ପକ୍ଷରୁ କୁହାଯାଇଛି। ଚଳିତ ମାର୍ଚ୍ଚରେ ହାରାହାରି ତାପମାତ୍ରା ୧୪.୧୪ ଡିଗ୍ରୀ ସେଲ୍‌ସିୟସ୍‌ ଥିଲା। ତେବେ ୧୮୫୦ରୁ ୧୯୦୦ ମଧ୍ୟରେ ମାର୍ଚ୍ଚ ମାସଗୁଡ଼ିକର ହାରାହାରି ତାପମାତ୍ରାକୁ ଦେଖିଲେ, ଏହା ତା’ଠାରୁ ୧.୬୮ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ। ସେହିପରି ଏଥର ମାର୍ଚ୍ଚର ତାପମାତ୍ରା ୧୯୯୧ରୁ ୨୦୨୦ ମଧ୍ୟରେ ମାର୍ଚ୍ଚ ମାସଗୁଡ଼ିକର ହାରାହାରି ତାପମାତ୍ରାଠାରୁ ଏହା ୦.୭୩ ଡିିଗ୍ରୀ ସେଲ୍‌ସିୟସ ଅଧିକ ଥିବା ଜଣାପଡ଼ିଛି। ୨୦୧୬ ମାର୍ଚ୍ଚରେ ତାପମାତ୍ରା ସର୍ବାଧିକ ହୋଇଥିବାବେଳେ ଏଥର ମାର୍ଚ୍ଚ ତାକୁ ଟପିଯାଇଛି।
୨୦୨୩ ଏପ୍ରିଲରୁ ୨୦୨୪ ମାର୍ଚ୍ଚ ଗତ ୧୨ ମାସର ବୈଶ୍ୱିକ ହାରାହାରି ତାପମାତ୍ରା ସର୍ବାଧିକ ରେକର୍ଡ ହୋଇଛି, ଯାହା ୧୯୯୧-୨୦୨୦ ହାରାହାରିଠାରୁ ୦.୭୦ ଡିଗ୍ରୀ ସେଲ୍‌ସିଅସ୍‌ ଅଧିକ ଏବଂ ୧୮୫୦-୧୯୦୦ର ହାରାହାରି ତାପମାତ୍ରାଠାରୁ ୧.୫୮ ଡିଗ୍ରୀ ସେଲ୍‌ସିୟସ ବେଶୀ ବୋଲି ଜଳବାୟୁ ସଂସ୍ଥା କହିଛି। ଜାନୁଆରୀରେ ପ୍ରଥମ ଥର ପାଇଁ ସାରା ବର୍ଷରେ ହାରାହାରି ତାପମାତ୍ରା ବୃଦ୍ଧି ଧାର୍ଯ୍ୟ ସୀମା ୧.୫ ଡିଗ୍ରୀ ସେଲ୍‌ସିଅସ୍‌ ବଢ଼ିଥିବା ସି୩ଏସ୍‌ କହିଛି। ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବରୁ ମୁକ୍ତି ପାଇବାକୁ ହେଲେ ତାପମାତ୍ରା ବୃଦ୍ଧି ସୀମା ପ୍ରାକ୍‌ ଶିଳ୍ପ ଯୁଗର ତାପମାତ୍ରାଠାରୁ ୧.୫ ଡିଗ୍ରୀ ସେଲ୍‌ସିଅସ୍‌ ମଧ୍ୟରେ ସୀମିତ ରଖିବାକୁ ପ୍ୟାରିସ୍‌ ଚୁକ୍ତିନାମାରେ ସ୍ଥିର ହୋଇଥିଲା। ଉତ୍ତାପ ବଢ଼ିବା କାରଣରୁ ବିଶ୍ୱବ୍ୟାପୀ ଅନାବୃଷ୍ଟି, ବନାଗ୍ନି ଏବଂ ବନ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ବୃଦ୍ଧି ପାଇଛି। ବାୟୁମଣ୍ଡଳରେ ସବୁଜ ଗୃହ ବାଷ୍ପର ଘନତା ବିଶେଷ କରି ଅଙ୍ଗାରକାମ୍ଳ ଏବଂ ମିଥେନ୍‌ ଦ୍ରୁତ ବୃଦ୍ଧି ଯୋଗୁ ହାରାହାରି ବୈଶ୍ୱିକ ତାପମାତ୍ରା ବଢ଼ିଚାଲିଛି। ଗତ ୧୦ ମାସରେ ଉଭୟ ସ୍ଥଳଭାଗ ଓ ଜଳଭାଗର ତାପମାତ୍ରାରେ ରେକର୍ଡ ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri