ଏ ବର୍ଷର ବାର୍ତ୍ତା

ସମଗ୍ର ବିଶ୍ୱରେ ହୃଦ୍‌ଜନିତ ସମସ୍ୟା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା। ଏ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୨୯କୁ ‘ବିଶ୍ୱ ହୃତ୍‌ପିଣ୍ଡ ଦିବସ’ (ଓ୍ବାଲର୍‌ଡ ହାର୍ଟ ଡେ) ଭାବରେ ପାଳନ କରାଯାଇଥାଏ। ତେବେ ସବୁବର୍ଷ ଅପେକ୍ଷା ଚଳିତ ବର୍ଷର ପରିସ୍ଥିତି ଭିନ୍ନ। ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି କରୋନା ମହାମାରୀ। ଏହା ଆଗକୁ କେଉଁ ରୂପ ନେବ ତାହା ହୁଏତ ଜଣାନାହିଁ। ବିଶେଷ ଭାବେ ହୃଦ୍‌ରୋଗୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଲେ ଏମାନଙ୍କ ବଞ୍ଚିବା ହାର କମ ରହୁଥିବା କୁହାଯାଉଛି। ମଧୁମେହ, ଉଚ୍ଚ ରକ୍ତଚାପ, ଧୂମପାନ, ମେଦବହୁଳତା ହୃଦରୋଗର କାରଣ ବୋଲି ଚିକିତ୍ସକ କୁହନ୍ତି। ତେଣୁ ଏବେଠାରୁ ଆମେ ଆମ ହାର୍ଟର ଯତ୍ନ ନେବା ଆବଶ୍ୟକ। ଚଳିତବର୍ଷ ଏହି ଦିବସର ଥିମ ରହିଛି ‘ୟୁଜ ଲଭ୍‌ ହାର୍ଟ ଟୁ ବିଟ୍‌ ହାର୍ଟ ଆଟାକ୍‌’। ଅର୍ଥାତ୍‌ ଆମେ ଆମ ହାର୍ଟକୁ ଏପରି ଭଲ ପାଇବା ଆଉ ଯତ୍ନ ନେବା ଯେପରି ହାର୍ଟ ଆଟାକ୍‌ଠାରୁ ଆମେ ନିଜକୁ ଦୂରେଇ ରଖିପାରିବା। କରୋନା ମହାମାରୀ ସମୟରେ ୱାର୍ଲଡ ହାର୍ଟ ଫେଡେରେଶନ କହିଛି ସକାରାତ୍ମକ ଚିନ୍ତାଧାରା ଆପଣଙ୍କ ହାର୍ଟକୁ ସୁସ୍ଥ ରଖିପାରିବ।