ଏ ବର୍ଷର ସ୍ଲୋଗାନ

ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହୃତ୍‌ପିଣ୍ଡ ଦିବସ’ ବା ଓ୍ବାଲର୍‌ଡ ହାର୍ଟ ଡେ। ତେବେ ଏହି ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତ୍ୟେକ ବର୍ଷ ଏକ ସ୍ଲୋଗାନ ଘୋଷଣା କରାଯାଏ। ସେହି ଅନୁସାରେ ଏବର୍ଷର ସ୍ଲୋଗାନ ରହିଛି ‘ହୃତ୍‌ପିଣ୍ଡ ଉପଯୋଗ କରି ହୃତ୍‌ପିଣ୍ଡ ବିଷୟରେ ଜାଣ’। ଏହା ଅର୍ଥ ହେଲା ଯେ ଏହି ରୋଗ ବିଷୟରେ ଆମେ ସଚେତନ ରହିବା ହେଉଛି ପ୍ରଥମ କଥା। ହୃଦ୍‌ ସମ୍ପର୍କିତ ସମସ୍ୟାର ଲକ୍ଷଣ ଜଣାପଡ଼ିବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ ହୃଦରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ଉକ୍ତ ଦିବସରେ ସରକାରୀ ଏବଂ ବେସରକାରୀ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏଥିରେ ହୃଦ୍‌ରୋଗ ବିଶେଷଜ୍ଞମାନେ ଏଭଳି ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ସୂଚନା ଦେଇ ଜନସାଧାରଣଙ୍କୁ ସତର୍କ କରାଇଥାଆନ୍ତି।