Categories: ଖେଳ

ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲେ ଏହି ଜିମ୍ବାଓ୍ବେ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୧୦:ଜିମ୍ବାୱେ ଗାମ୍ବିଆ ବିପକ୍ଷରେ ଇତିହାସ ସୃଷ୍ଟି କରିଛି। ଗାମ୍ବିଆ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଜିମ୍ବାୱେ ସର୍ବାଧିକ ସ୍କୋରର ରେକର୍ଡ ସୃଷ୍ଟି କରିଛି। ଜିମ୍ବାୱେ ୨୦ ଓଭରରେ ୩୪୪ ରନ ସ୍କୋର କରିଥିଲା। ଜିମ୍ବାୱେ ଅଧିନାୟକ ସିକନ୍ଦର ରଜା ମାତ୍ର ୩୩ ବଲରେ ଶତକ ହାସଲ କରି ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏଥି ସହିତ ଜିମ୍ବାୱେ ଗାମ୍ବିଆକୁ ରେକର୍ଡ ୨୯୦ ରନରେ ପରାସ୍ତ କରିଛି। ଏହାପୂର୍ବରୁ ସିକନ୍ଦର ରାଜା ଟି-୨୦ରେ ଦ୍ରୁତତମ ଶତକ ସ୍କୋର କରିଥିଲେ। ସିକନ୍ଦର ୪୩ ବଲରେ ୧୩୩ ରନ କରିଥିଲେ। ସେ ନିଜ ଇନିଂସରେ ୭ ଚୌକା ଓ ୧୫ ଛକା ମାରିଥିଲେ। ଏହିପରି ଭାବରେ ସିକନ୍ଦର ରଜା ରୋହିତ ଶର୍ମା ଏବଂ ଡେଭିଡ ମିଲରଙ୍କ ରେକର୍ଡ ଭାଙ୍ଗିଥିଲେ। ରୋହିତ ଶର୍ମା ଏବଂ ଡେଭିଡ ମିଲର ୩୫ ବଲରେ ଶତକ ହାସଲ କରିବାର ସଫଳତା ହାସଲ କରିଥିଲେ।

ସିକନ୍ଦର ରାଜାଙ୍କ କାହାଣୀ କୌଣସି ବଲିଉଡ ଫିଲ୍ମଠାରୁ କମ ନୁହେଁ। ଏହି ଖେଳାଳୀ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ସ୍କଟଲ୍ୟାଣ୍ଡରେ ସଫ୍ଟୱେୟାର ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ। ଏହାପୂର୍ବରୁ ସିକନ୍ଦରଙ୍କ ପ୍ରାଥମିକ ଶିକ୍ଷା ପାକିସ୍ତାନ ବାୟୁସେନା ପବ୍ଲିକ ସ୍କୁଲରେ ହୋଇଥିଲା। ସେ ପାଇଲଟ ହେବାକୁ ଚାହୁଁଥିଲେ, କିନ୍ତୁ ଭିଜନ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇପାରି ନ ଥିଲେ। ୨୦୦୨ରେ ସିକନ୍ଦରଙ୍କ ପରିବାର ଜିମ୍ବାୱେକୁ ଯାଇଥିଲେ, କିନ୍ତୁ ସେ ଅଧ୍ୟୟନ ପାଇଁ ସ୍କଟଲ୍ୟାଣ୍ଡ ଯାଇଥିଲେ। ସ୍କଟଲ୍ୟାଣ୍ଡର ଗ୍ଲାସ୍‌ଗୋ କାଲେଡୋନିୟନ ୟୁନିଭରସିଟିରୁ ସଫ୍ଟୱେୟାର ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। କ୍ରିକେଟ ଖେଳିବା ମଧ୍ୟ ଜାରି ରଖିଥିଲେ। ସିକନ୍ଦର ବିଶ୍ୱକପ ୨୦୧୧ ପାଇଁ ସମ୍ଭାବ୍ୟ ଦଳରେ ମନୋନୀତ ହୋଇଥିଲେ ମଧ୍ୟ ଶେଷ ୧୫ ଖେଳାଳିଙ୍କ ସ୍ଥାନ ପାଇ ନ ଥିଲେ।

ସିକନ୍ଦର ୨୦୧୩ରେ ଜିମ୍ବାୱେ ପାଇଁ ତିନୋଟି ଫର୍ମାଟରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ସେ ଜିମ୍ବାୱେ ଟି-୨୦ ଦଳର ଅଧିନାୟକ ଅଟନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୭ଟି ଟେଷ୍ଟ ମ୍ୟାଚ ବ୍ୟତୀତ ସିକନ୍ଦର ଜିମ୍ବାୱେକୁ ୧୪୨ ଦିନିକିଆ ଏବଂ ୯୫ ଟି-୨୦ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି। ଏହା ବ୍ୟତୀତ ସେ ଆଇପିଏଲରେ ପଞ୍ଜାବ କିଙ୍ଗ୍ସର ଏକ ଅଂଶ ହୋଇଛନ୍ତି। ଗତ ସିଜିନରେ ଆଇପିଏଲରେ ସିକନ୍ଦର ୨ଟି ମ୍ୟାଚରେ ୪୩ ରନ ସଂଗ୍ରହ କରିଥିଲେ।

Share