Posted inHome Left, ଖେଳ

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌ ଟାଇଟଲ ବଜାୟ ରଖିବାକୁ ଚେଷ୍ଟା କରିବ।

ଅନ୍ୟପକ୍ଷରେ ମହିଳା ଦଳ ଅଦ୍ୱିତୀୟ ପି. ଭି. ସିନ୍ଧୁଙ୍କ ଅନୁପସ୍ଥିତିରେ ଉବର କପ୍‌ରେ ଏହାର ଅଭିଯାନ ଆରମ୍ଭ କରିବ। ଦୁଇ ବର୍ଷ ପୂର୍ବେ ବ୍ୟାଙ୍କକ୍‌ଠାରେ ପ୍ରଥମ ଥର ଥୋମାସ କପ୍‌ ଜିତି ପୁରୁଷ ଦଳ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା।

ଟୁର୍ନାମେଣ୍ଟର ୩୩ତମ ସଂସ୍କରଣରେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ବିପକ୍ଷରେ ପୁଣି ଧମାକଦାର ପ୍ରଦର୍ଶନ କରିବା ସେତେଟୋ ସହଜ କଥା ନୁହେଁ। ହେଲେ ପ୍ରତିଯୋଗିତାରେ ଭାରତକୁ ଅଣ୍ଡରଡଗ୍‌ ବିବେଚନା କରାଯିବ ନିଶ୍ଚୟ। ଭାରତ ଏଥର ‘ଗ୍ରୁପ୍‌ ଅଫ୍‌ ଡେଥ୍‌’ ବୋଲି କୁହାଯାଉଥିବା ଗ୍ରୁପ୍‌ ‘ସି’ରେ ସ୍ଥାନ ପାଇଛି।

ଏଥିରେ ସ୍ଥାନ ପାଇଥିବା ଇଣ୍ଡୋନେସିଆ, ଥାଲାଇଣ୍ଡ ଓ ଇଂଲଣ୍ଡ ଏକାଧିକ ଥର ଟାଇଟଲ ବିଜୟୀ ହୋଇଛନ୍ତି। ତେଣୁ ଗାରତକୁ ଗତ ସଂସ୍କରଣରୁ ଅଭିଜ୍ଞତାକୁ ଏଠାରେ ଉପଯୋଗ କରିବାକୁ ପଡ଼ିବ। ଥାଇଲାଣ୍ଡ ବିପକ୍ଷରେ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଏହି ଦଳରେ ବିଶ୍ୱ ଚାମ୍ପିୟନ କୁନ୍‌ଲାଭଟ ଭିତିଦସରଣ ଏବଂ ଯୁବ ପ୍ରତିଭା ପନିତଚାଫନ ତିରାରାତସକୁଲି ରହିଛନ୍ତି। କିନ୍ତୁ ଭାରତକୁ ଇଣ୍ଡୋନେସିଆ ବିପକ୍ଷ ମ୍ୟାଚ କଷ୍ଟସାଧ୍ୟ ହେବ।

ଏହି ଦଳରେ ଜୋନାଥନ ଖ୍ରିଷ୍ଟି ଓ ଆନ୍ଥୋନୀ ଜିନ୍‌ଟିଙ୍ଗଙ୍କ ଭଳି ଖେଳାଳି ଅଛନ୍ତି। ଦୁହେଁ ମାର୍ଚ୍ଚରେ ଅଲ୍‌ ଇଂଲଣ୍ଡ ଫାଇନାଲ ଖେଳିଥିଲେ। ଏହାଛଡ଼ା ଦଳରେ ବିଶ୍ୱର ୭ ନମ୍ବର ଯୋଡ଼ି ମହମ୍ମଦ ରିଆ ଆର୍ଦିଆନ୍ତୋ ଓ ଫଜାର ଅଲ୍‌ିଫିଆନ ମଧ୍ୟ ଅଛନ୍ତି। ଭାରତର ଏଚ୍‌.ଏସ୍‌ ପ୍ରଣୟ କହିଛନ୍ତି, ଚଳିତବର୍ଷ ଫର୍ମକୁ ଅନୁଧ୍ୟାନ କଲେ ଚାଇନା, ଡେନମାର୍କ, ଚାଇନିଜ ତାଇପେ, ଜାପାନ ଓ ଇଣ୍ଡୋନେିସଆ ଭଳି ଦଳରେ ୩ ଶକ୍ତିଶାଳୀ ସିଙ୍ଗଲ୍ସ ସୁଇ ଡବଲ୍ସ ଖେଳାଳି ଭଲ ଫର୍ମରେ ରହିଛନ୍ତି।

ଅନ୍ୟପକ୍ଷରେ ମହିଳା ଟୁର୍ନାମେଣ୍ଟ ଉବର କପ୍‌ରେ ଅସ୍ମିତା ଛଲିଆ ଏକ ଯୁବ ଭାରତୀୟ ଦଳର ନେତୃତ୍ୱ ନେବେ। ବଡ଼ ଖେଳାଳିମାନେ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ଲାଗି ସିରିଜ ଟୁର୍ନାମେଣ୍ଟ ଖେଳିଥିବାରୁ ସେମାନେ ଉବର କପ୍‌ରୁ ଓହରିଯାଇଛନ୍ତି। ଭାରତୀୟ ମହିଳା ଦଳ ଗ୍ରୁପ୍‌ ‘ଏ’ରେ କାନାଡା ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ଟପ୍‌ ସିଡ୍‌ ତଥା ଏକାଧିକ ଥର ବିଜେତା ଚାଇନା ଓ ସିଙ୍ଗାପୁର ଏହି ଗ୍ରୁପ୍‌ରେ ଅନ୍ୟ ଦଳ ଭାବେ ସ୍ଥାନ ପାଇଛନ୍ତି। ହୁବ ମହିଳା ଦଳକୁ ଗ୍ରୁପ୍‌ ପର୍ଯ୍ୟାୟରୁ ଉନ୍ନୀତ ହେବା ସମ୍ଭାବନା ଖୁବ୍‌ କମ୍‌ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ବନ୍ତନାଶି-ମହାନଦୀ ମୁହାଣ ମାଉଥଠାରେ ମଙ୍ଗଳବାର ଅପରାହ୍ନରେ ୬...

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବଡ଼ଗାଁ,୧ା୪(ଅଶୋକ ଷଡ଼ଙ୍ଗୀ): ବଡ଼ଗାଁ ଥାନା ଅଞ୍ଚଳରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି। ତୁଡାଲଗା ମଙ୍ଗଳ ମନ୍ଦିରରେ ଚାଲିଥିବା ନବରାତ୍ର...

୨୫୦୦କୋଟି ଟଙ୍କାରେ Drishti IASକୁ ବିକ୍ରି କରିବେ ବିକାଶ ଦିବ୍ୟକୀର୍ତ୍ତି, ଜାଣନ୍ତୁ କାହାକୁ…

ନୂଆଦିଲ୍ଲୀ,୧।୪: ଭାରତୀୟ ଶିକ୍ଷା ଏବଂ ପ୍ରେରଣା ଜଗତରେ ଏକ ବଡ଼ ନାମ ଅର୍ଜନ କରିଥିବା ବିକାଶ ଦିବ୍ୟକୀର୍ତ୍ତି ଏବେ ତାଙ୍କର ସମ୍ପୂର୍ଣ୍ଣ ବ୍ୟବସାୟକୁ ବିକ୍ରି କରିବାକୁ...

ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜି

ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍‌ପିଙ୍କ ଅଫିସ୍‌ରେ ସ୍ଥିତି ସମୀକ୍ଷା...

ଭାରତର ଶତ୍ରୁ ଦେଶକୁ ଝଟ୍‌କା ଦେଲା ଚାଇନା, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଠିକ ଗୋଟିଏ ଦିନ ପୂର୍ବରୁ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ୟୁନୁସ, ସି ଜିନପିଙ୍ଗଙ୍କ ଗଡ଼କୁ ଯାଇଥିଲେ ଏବଂ ଭାରତକୁ ଜ୍ଞାନ ପ୍ରଦାନ କରୁଥିଲେ।...

୬ମାସ ହେଲା କାମ କରୁନି ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କ, ପଦକ୍ଷେପ ନ ନେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଲାଞ୍ଜିଗଡ, ୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡପଦର ପଞ୍ଚାୟତ ବୋରପଦର ଗାଁଠାରେ ଦୀର୍ଘ ୬ମାସ ହେଲା ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କ କାମ...

ଏମିତି ବି ମୃତ୍ୟୁ ଆସେ, ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ

ସାବରଙ୍ଗ/ବାସୁଦେବପୁର,୧।୪ (କାଳିପଦ ରାୟ/ନାରାୟଣ ପ୍ରସାଦ ବାରିକ): ଏମିତି ବି ମୃତ୍ୟୁ ଆସେ। ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ ପ୍ରବଚକ। ସୋମବାର ରାତିରେ ଭଦ୍ରକ ଜିଲା ସାବରଙ୍ଗ...

ଆଜିଠୁ ଲାଗୁ ହେଲା ନୂଆ ପେନସନ ନିୟମ, ଏମାନଙ୍କୁ ମିଳିବନି ଲାଭ

ନୂଆଦିଲ୍ଲୀ,୧।୪: ଯଦି ଆପଣ ସରକାରୀ ଚାକିରି କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ, କାରଣ କେନ୍ଦ୍ର ସରକାରଙ୍କ ୟୁନିଫାଏଡ ପେନସନ ଯୋଜନା (UPS)...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image