Categories: ଜାତୀୟ

ୟୁପିର ସେହି ୮ ଆସନ, ଯେଉଁଠି ମୋଦି ଲହରର ବି ପଡେ ନାହିଁ ପ୍ରଭାବ, ଏଥର ବି ଭାଜପା ପାଇଁ ଚିନ୍ତାର ବିଷୟ

ଲକ୍ଷ୍ନୌ,୨୭।୫: ଯଦିଓ ଭାଜପା ଦେଶରେ ‘୪୦୦ ପାର’ ଏବଂ ୟୁପିରେ ‘ମିଶନ ୮୦’ ସ୍ଲୋଗାନ ଦେଉଛି। କିନ୍ତୁ ସେ ଏହା ମଧ୍ୟ ଜାଣଛି ଯେ ପୁର୍ବାଞ୍ଚଳ ତାଙ୍କ ପାଇଁ ଏପର୍ଯ୍ୟନ୍ତ ସହଜ ହୋଇନାହାଁନ୍ତି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ୨୦୧୯ ଲୋକ ସଭା ଏବଂ ୨୦୨୨ବିଧାନସଭା ନିର୍ବାଚନରେ ଭାଜପାର ପ୍ରଦର୍ଶନ ଏକପାଖିଆ ନଥିଲା।

୨୦୧୯ ଲୋକ ସଭା ନିର୍ବାଚନରେ ବହୁ ପରିଶ୍ରମ ପରେ ଭାଜପା ଏଠାରେ ତିନୋଟି ସିଟ ଜିତିଛି। ଏଥିସହ ପୁର୍ବାଞ୍ଚଳରେ ଭାଜପା ମଧ୍ୟ ୫ଟି ଆସନ ହରାଇଛି। ୨୦୨୨ବିଧାନସଭା ନିର୍ବାଚନରେ ଦଳ ଅନେକ ଜିଲାରେ ପୋଛି ହୋଇଯାଇଥିଲା। ତେଣୁ ଏହି ଅଞ୍ଚଳର ଆଠଟି ସିଟ ଭାଜପା ପାଇଁ ଚିନ୍ତାର କାରଣ ପାଲଟିଛି।

Share