Categories: ଜାତୀୟ

ବେଆଇନ ମଦ କାରବାର ଦୋଷୀଙ୍କୁ ହେବ ଆଜୀବନ ଜେଲ୍‌-ମୃତ୍ୟୁ ଦଣ୍ଡାଦେଶ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ…

ଭୋପାଳ,୩।୮: ଏଣିକି ବେଆଇନ ମଦ କାରବାରେରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋଷୀଙ୍କ ପ୍ରତି ଆଜୀବନ ଜେଲ୍‌ ଅବା ମୃତ୍ୟୁ ଦଣ୍ଡାଦେଶ କରାଯିବ ବୋଲି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ଏଥି ପାଇଁ ୧୦ ବର୍ଷ ଜେଲଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କାର ଜରିମାନା ବ୍ୟବସ୍ଥା ଥିଲା। ତେବେ ଏବେ ଜରିମାନାକୁ ୨୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ମଙ୍ଗଳବାର ଶିବରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

Share