Categories: ଜାତୀୟ

ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବାକୁ ବିରୋଧ କରୁଥିବା ଲୋକେ ଜାଣନ୍ତିନି ଇତିହାସ-ଭୂଗୋଳ: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୭।୮: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟିର ମୁଖ୍ୟ ଗୁଲାମ ନବୀ ଆଜାଦ ଅନୁଚ୍ଛେଦ ୩୭୦ ହଟାଇବାକୁ ବିରୋଧ କରୁଥିବା ଲୋକଙ୍କୁ ଅଜ୍ଞାନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ଏହା କରୁଛନ୍ତି ସେମାନେ ଜାମ୍ମୁ କାଶ୍ମୀରର ଭୌଗୋଳିକ ଏବଂ ଇତିହାସ ଜାଣନ୍ତି ନାହିଁ। ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଅନୁଚ୍ଛେଦ ୩୭୦ରଦ୍ଦ କରି ଜାମ୍ମୁ କାଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ସ୍ଥିତିକୁ ହଟାଇବା ପାଇଁ କେନ୍ଦ୍ରର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି।

ଚଳିତ ମାସରେ, ରାଜ୍ୟରୁ ଅନୁଚ୍ଛେଦ ୩୭୦ହଟାଯିବା ପରେ ଏବେ ଏହାକୁ ୪ ବର୍ଷ ପୂରଣ ହୋଇଛି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ କଥାବାର୍ତ୍ତା କରି ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଏହା କୌଣସି ର୍ନିଦ୍ଦିଷ୍ଟ ଅଞ୍ଚଳ, ରାଜ୍ୟ କିମ୍ବା ଧର୍ମ ପାଇଁ ନୁହେଁ, ବରଂ ସମସ୍ତଙ୍କ ପାଇଁ ସମାନ ଓ ଲାଭଦାୟକ ଅଟେ।

Share