Categories: ଜାତୀୟ

ଯେଉଁମାନେ ରାହୁଲଙ୍କ ସହ ନାହାନ୍ତି, ସେମାନଙ୍କର ଆବଶ୍ୟକତା ନାହିଁ…

ଜୟପୁର,୨୮।୩ : ସତ୍ୟାଗ୍ରହରେ ଜନସମାଗମ ନ କରି ପାରିବାରୁ ରାଜସ୍ଥାନ ପିସିସି ଅଧ୍ୟକ୍ଷ କ୍ରୋଧିତ ହୋଇ କହିଛନ୍ତି, ଯେଉଁମାନେ ରାହୁଲ ଗାନ୍ଧୀଙ୍କ ସହ ନାହାଁନ୍ତି, ସେମାନର ଆବଶ୍ୟକତା ନାହିଁ। ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନରେ ସତ୍ୟାଗ୍ରହ ଘୋଷଣା ହେବା ପରେ ଆବଶ୍ୟକ ଜନସଂଖ୍ୟା ଧାରଣା ସ୍ଥଳରେ ଉପସ୍ଥିତ ନ ଥିବାରୁ ପିସିସି ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରାଙ୍କ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କ ପାଖରେ ପହଞ୍ଚିଥିବା ରିପୋର୍ଟରେ ୮୬ ଜଣ ନେତାଙ୍କ ନାମ ଅଛି ଯେଉଁମାନେ ସତ୍ୟାଗ୍ରହ ପ୍ରତି ଆଗ୍ରହ ଦେଖାଇ ନ ଥିବା ଏବଂ ଭିଡ଼ ସଂଗ୍ରହ କରିବାରେ ସଫଳ ହୋଇ ନ ଥିବା ଉଲ୍ଲେଖ କରାଯାଇଛି।

ଏହାର ଏକ ରିପୋର୍ଟ ପ୍ରସ୍ତୁତ କରି ହାଇ କମାଣ୍ଡକୁ ହସ୍ତାନ୍ତର ପାଇଁ ପ୍ରସ୍ତୁତି ଚାଲିଛି। ଏସବୁ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ଆଲୋଚନା ହେଉଛି। ଆଗାମୀ ନିର୍ବାଚନରେ ମଧ୍ୟ ସେମାନକୁ ଟିକେଟ ନ ଦେବା ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରୁ ହଟାଯିବାର ଯୋଜନା କରାଯାଉଛି।

ସେ ଏହା ମଧ୍ୟ ସୂଚାଇ ଦେଇଛନ୍ତି, ଯେଉଁମାନେ ପାର୍ଟି ଲାଇନରେ ଚାଲିବାକୁ ପ୍ରସ୍ତୁତ ନୁହଁନ୍ତି ସେମାନଙ୍କ ଦଳର ଆବଶ୍ୟକତା ନାହିଁ। ଏଭଳି ରାଜନୀତି ଲଜ୍ଜାଜନକ, ଯେଉଁମାନେ ହାଇକମାଣ୍ଡଙ୍କର ନିର୍ଦ୍ଦେଶ ପରେ ମଧ୍ୟ ପାର୍ଟି ଲାଇନରେ ଯାଇପାରିବେ ନାହିଁ, ସେମାନଙ୍କ ଆବଶ୍ୟକତା କ’ଣ? ଯେଉଁ ନେତାମାନେ ଖୋଲାଖୋଲି ବିରୋଧ କରୁନାହାଁନ୍ତି ଏବଂ ପରଦା ପଛରେ ଅଛନ୍ତି, ସେମାନଙ୍କ ଉପରେ ନଜର ରଖାଯାଉଛି। ଛଅ ମାସ ପରେ ସେମାନେ ଆଉ କଂଗ୍ରେସ କର୍ମୀ ରହିବେ ନାହିଁ। ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଇଛି ଏବଂ ଯଦି ଜଣେ କଂଗ୍ରେସ କର୍ମୀଙ୍କର ଏନେଇ ଅସନ୍ତୋଷ ରହିବ ନାହିଁ, ତେବେ ସେ କେଉଁ ପ୍ରକାରର କଂଗ୍ରେସ କର୍ମୀ ? ବୋଲି ସେ ପ୍ରଶ୍ନ କରିଛନ୍ତି।

Share