Posted inଜାତୀୟ

ଭିକାରୀଙ୍କୁ ଭିକ ଦେଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ, ଏହି ସହରରେ ଲାଗୁ ହେଲା କଟକଣା

ନୂଆଦିଲ୍ଲୀ,୧୬।୧୨: ଭାରତର ବିଭିନ୍ନ ସହରର ଅନେକ ସ୍ଥାନରେ ଦିବ୍ୟାଙ୍ଗ ଏବଂ ଯାଯାବରମାନେ ଭିକ୍ଷାବୃତି କରିଥାନ୍ତି। ତେବେ କେତେକ ରାଜ୍ୟରେ ସହର ଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବ ସହିତ ସହରର ମୁଖ୍ୟସ୍ଥାନ ମାନଙ୍କରେ ଭିକ୍ଷାବୃତି ଉପରେ କଟକଣା ଲଗାଉଛନ୍ତି। ଏପରି ଏକ ଖବର ଆସିଛି ଭାରତର ସବୁଠୁ ପରିସ୍କାର ସହର ଇନ୍ଦୋରରୁ। ଏଠାରେ ସ୍ଥାନୀୟ ପ୍ରଶାସନ କଟକଣା ଜାରି କରିବା ସହିତ ଯେଉଁ ଲୋକ ଭିକ୍ଷା ଦେବେ ସେମାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବାକୁ କୁହାଯାଇଛି।

ଜିଲାପାଳ ଆଶିଷ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ, ଇନ୍ଦୋରରେ ଭିକ ମାଗିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରଶାସନ ପୂର୍ବରୁ ନିର୍ଦ୍ଦେଶ ଜାରି କରିସାରିଛି। ସେ କହିଛନ୍ତି, “ଭିକ ମାଗିବା ବିରୋଧରେ ଆମର ସଚେତନତା ଅଭିଯାନ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ। ଯଦି କୌଣସି ବ୍ୟକ୍ତି ଜାନୁଆରୀ ୨ ରୁ ଭିକ୍ଷା ଦେଉଥିବାର ଦେଖାଯାଏ, ତେବେ ତାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ ହେବ।” ଅଧିକାରୀ କହିଛନ୍ତି ଯେ ମୁଁ ଇନ୍ଦୋରର ସମସ୍ତ ବାସିନ୍ଦାଙ୍କୁ ନିବେଦନ କରୁଛି ଯେ ଲୋକମାନଙ୍କୁ ଭିକ୍ଷା ଦେଇ ପାପର ଅଂଶୀଦାର ହୁଅନ୍ତୁ ନାହିଁ।

ସୂଚନାଯୋଗ୍ୟ ଭିକାରୀମାନଙ୍କୁ ଥଇଥାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ଇନ୍ଦୋର ରାସ୍ତାରେ ଭିକାରୀ ମୁକ୍ତ କରିବାକୁ ଉଦ୍ୟମ କରାଯାଉଛି। ଏହି ଡ୍ରାଇଭ ଏବେ ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଇନ୍ଦୋର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ପାଟନା ଏବଂ ଅହମ୍ମଦାବାଦରେ ଚାଲିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଏନ୍‌ଏସିରେ ସଫେଇ କଲେ ଅଧ୍ୟକ୍ଷ

କେସିଙ୍ଗା,୬ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଅଧ୍ୟକ୍ଷ ନୃପରାଜ ଯାଦବ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ସହରର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ। ପ୍ରଥମେ...

ବାଲେଶ୍ବରରେ ରାମନବମୀ ଶୋଭାଯାତ୍ରାରେ ନିଆରା ଦୃଶ୍ୟ

ବାଲେଶ୍ବର,୬।୪: ଆଜି ପବିତ୍ର ରାମନବମୀ। ସବୁଠି ଉତ୍ସବମୁଖର। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ।...

ରୋହିତଙ୍କ ସହିତ କିପରି ରହିଛି ବିରାଟ କୋହଲିଙ୍କ ସମ୍ପର୍କ ? ସବୁଖୋଲି କହିଦେଲେ ବିରାଟ…

ମୁମ୍ବାଇ,୬ା୪: ଇଣ୍ଡିଆନ ପ୍ରିମିୟର ଲିଗର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ସୋମବାର ମୁହାଁମୁହିଁ ହେବେ। ଯେଉଁଥିରେ ଭାରତୀୟ ଦଳର...

ରାମନବମୀରେ ଅଘଟଣ: ପୁଅର ଶାବଳ ମାଡ଼ରେ ବାପା ମୃତ, ମା’ ଗୁରୁତର

ସମ୍ବଲପୁର,୬।୪: ରାମନବମୀରେ ସବୁଠି ଉତ୍ସବର ମାହୋଲ ରହିଥିବା ବେଳେ ସମ୍ବଲପୁର ଜିଲା ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି।...

ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ଘର, ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଖେତୁଆଳି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିପୋଡ଼ି ଛାରଖାର୍‌ ହୋଇଯାଇଛି।...

ଅଶ୍ୱତ୍ଥ ବୃକ୍ଷର ମାହାତ୍ମ୍ୟ; ଏଭଳି କଲେ ପିତୃଦୋଷରୁ ମିଳେ ମୁକ୍ତି, କରିବେ ଶତ୍ରୁକୁ ଜୟ…

ଅଶ୍ୱତ୍ଥ ବୃକ୍ଷ ଏକ ଏୟାର ପ୍ୟୁରିଫାୟାର ପ୍ଲାଣ୍ଟ। ଏହାସହ ବାସ୍ତୁଶାସ୍ତ୍ରରେ ବି ଏହି ଗଛକୁ ନେଇ ଅନେକ କଥା ଉଲ୍ଲେଖ ରହିଛି। ଜ୍ୟୋର୍ତିବିଦ୍‌ମାନେ ମଧ୍ୟ ଏହି...

ଓଲଟିଲା ପିକ୍‌ଅପ୍‌, ୩୦ରୁ ଊର୍ଦ୍ଧ୍ୱ ଆହତ

କେନ୍ଦୁଝର,୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ନୟାକୋଟ ଥାନା ବାଂଶପାଳ ନିକଟରେ ଏକ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୩୦ରୁ ଊଦ୍ଧର୍‌ବ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ...

ଭାରତ ପାଇଁ ଲାଭବାନ ହେଲା ChatGPT, ରେକର୍ଡ କଲା Ghibli

ନୂଆଦିଲ୍ଲୀ,୬।୪: ChatGPTର ନୂତନ ଇମେଜ ଜେନେରେଶନ ଟୁଲ୍‌ ଗତ କିଛି ଦିନ ଧରି ଚର୍ଚ୍ଚାରେ ରହି ଆସୁଛି। ସମସ୍ତେ ଷ୍ଟୁଡିଓ ଘିବଲି ଆର୍ଟର ଫଟୋ ତିଆରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image