ଠାବ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମାକୁ କରାଗଲା ନିଷ୍କ୍ରିୟ

ଓ୍ବାରସା, ୧୨।୮: ପୋଲାଣ୍ଡର ଲୁବିନ ସହରର ଏକ ନିର୍ମାଣାଧୀନ କୋଠା ନିକଟରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା ଠାବ ହୋଇଛି। ଶ୍ରମିକମାନେ କାମ କରୁଥିବା ବେଳେ ମାଟିତଳେ ଏକ ବୋମା ଥିବା ଦେଖିବାକୁ ପାଇଥିଲେ। ଫଳରେ ତୁରନ୍ତ ଅଞ୍ଚଳରୁ ୧୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଘଟଣା ଜଣାପଡିବା ପରେ ମିଲିଟାରି ଇଞ୍ଜିନିୟର ପହଞ୍ଚି ବୋମାକୁ ବାହାର କରିବା ସହ ନିଷ୍କ୍ରିୟ କରିଥିଲେ। ଠାବ ହୋଇଥିବା ବୋମାର ଓଜନ ପ୍ରାୟ ୨୫୦ କେ.ଜି. ହେବ ବୋଲି ଜଣାପଡିଛି।

Share