ରାଜ୍ୟରେ ହଜାରେ ପୁଣି ବଢିଲା କରୋନା ସଂକ୍ରମଣ: ଆଜି ହଜାରେ ଉପରେ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ କରୋନା ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ କିନ୍ତୁ ଗୁରୁବାର ପୁଣି ସଂକ୍ରମଣ କିଛିଟା ବଢି ୧୦୪୧ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୫ ଜଣ କ୍ୱାରାଣ୍ଟାଇନ୍‌ ଥିଲେ। ୪୩୬ଟି ହେଉଛି ଲୋକାଲ କେସ। ବାକି ୧୨୮ ଜଣ ୦-୧୮ ବର୍ଷରୁ ପିଲା ବୋଲି ଜଣାପଡିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୯୮ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୭୬ ଜଣ ଚିହ୍ନଟ ହୋଇଛନ୍ତି।
୯୯୩ଟି ନୂଆ କେସ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୮୧ହଜାର ୩୧୬ ଜଣ ସୁସ୍ଥ ହୋଇସାରିଛନ୍ତି। ୯ ହଜାର ୬୬୪ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

Share