ଫସିଛନ୍ତି ହଜାରେ ଡ୍ରାଇଭର

ଟୋକିଓ,୧୯ା୧୨: ବରଫ ଝଡ଼ ଯୋଗୁ ଜାପାନର ବିଭିନ୍ନ ସ୍ଥାନରେ ବହୁ ଲୋକ ଫସିରହିଛନ୍ତି। ୧୦,୦୦୦ରୁ ଊର୍ଦ୍ଧ୍ୱ ଘରର ବିଦ୍ୟୁତ୍‌ ସଂଯୋଗ କଟିଯାଇଛି। ରାଜଧାନୀ ଟୋକିଓ ସହ ନିଗାଟାକୁ ସଂଯୋଗ କରୁଥିବା କାନେଟ୍‌ସୁ ଏକ୍ସପ୍ରେସ୍‌ଓ୍ବେ ବରଫ ଦ୍ୱାରା ଆଚ୍ଛାଦିତ ହୋଇଛି। ସେଠାରେ ବୁଧବାର ସନ୍ଧ୍ୟାରୁ ୧,୦୦୦ କାର୍‌ ସହ ଡ୍ରାଇଭରମାନେ ଫସିରହିଛନ୍ତି। ୧୬.୫ କି.ମି. ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିବାରୁ ଶୁକ୍ରବାର ରେସ୍କ୍ୟୁ ଟିମ୍‌ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି।

Share