ଯୁଦ୍ଧ ଯୋଗୁ ୟୁକ୍ରେନର ୧୩୦୦ରୁ ଅଧିକ ସ୍କୁଲ ଧ୍ୱଂସ

ଜେନେଭା,୩୦।୮: ଋଷିଆର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି ୟୁକ୍ରେନର ଶିକ୍ଷାନୁଷ୍ଠାନ। ଶହ ଶହ ସ୍କୁଲ, କଲେଜ କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏନେଇ ୟୁନିସେଫ କହିଛି ଯେ, ଋଷିଆ ସହିତ ଯୁଦ୍ଧ ଆରମ୍ଭରୁ ୟୁକ୍ରେନରେ ୧୩୦୦ରୁ ଅଧିକ ବିଦ୍ୟାଳୟ ଧ୍ୱଂସ ହୋଇଯାଇଛି। ଶହ ଶହ ବିଦ୍ୟାଳୟ ଏବେ ପାଉଁଶ ଗଦା ସହ ସମାନ ହୋଇଯାଇଛି।

ଫେବୃଆରୀ ୨୦୨୨ରେ ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଏହି ଯୁଦ୍ଧ ଼ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି। ମିଳିତ ଜାତିସଂଘ ଏଜେନ୍ସି ୟୁନିସେଫ ଅନୁଯାୟୀ, ୟୁକ୍ରେନରେ ଲଗାତାର ଆକ୍ରମଣ ହେତୁ ଛୋଟ ପିଲା ସ୍କୁଲ ଯାଇପାରୁ ନାହାନ୍ତି। ପିଲାମାନେ ଯାହା ପଢୁଥିଲେ ତାହା ଭୁଲିଯିବା ଆରମ୍ଭ କଲେଣି। ଯୁଦ୍ଧ ହେତୁ ପଡୋଶୀ ଦେଶକୁ ପଳାୟନ କରିଥିବା ପରିବାରର ଅର୍ଦ୍ଧେକ ପିଲା ଆଡମିଶନ ପାଇପାରିନାହାଁନ୍ତି। ଗତ ଦେଢ ବର୍ଷ ମଧ୍ୟରେ ୟୁକ୍ରେନରେ ଲଗାତାର ଆକ୍ରମଣ ଦ୍ୱାରା ବିଦ୍ୟାଳୟଗୁଡ଼ିକ ସିଧାସଳଖ ପ୍ରଭାବିତ ହୋଇଛି। ଆବାସିକ ଅଞ୍ଚଳରେ ବୋମା ବିସ୍ଫୋରଣ ହେତୁ ଅନେକ ସ୍କୁଲକୁ ବନ୍ଦ କରିବାକୁ ପଡୁଛି।

Share