OSSSC ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ, ତ୍ରୁଟି ଅଭିଯୋଗ ଆଣି ଅଧିକାରୀଙ୍କ…

ଭୁବନେଶ୍ୱର,୭ା୧୦: OSSSC ବିରୋଧରେ ଏକାଠି ହୋଇଛନ୍ତି ହଜାର ହଜାର ପରୀକ୍ଷାର୍ଥୀ। ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ପରୀକ୍ଷାର୍ଥୀ ଏକଜୁଟ୍‌ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆର୍‌ଆଇ, ଏଆର୍‌ଆଇ, ଅମିନ, ଆଇସିଡିଏସ୍‌ ପରୀକ୍ଷା ଆଦି ବାତିଲ ଦାବିରେ ଏହି ବିକ୍ଷୋଭ କରାଯାଇଛି। ଏଥିସହିତ ଏକାଧିକ ପରୀକ୍ଷାରେ ଗୁରୁତର ତ୍ରୁଟି ଅଭିଯୋଗ ଆଣି ପରୀକ୍ଷାର୍ଥୀମାନେ ଗର୍ଜନ କରିଛନ୍ତି। ଏହି ବିଭ୍ରାଟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରୀକ୍ଷାର୍ଥୀ।

ସୂଚନାଯୋଗ୍ୟ, ସମଗ୍ର ରାଜ୍ୟରେ ଓଏସ୍‌ଏସ୍‌ସି ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷା ରବିବାର ଅନୁଷ୍ଠିତ ହୋଇଥିଲା। ତେବେ ବାଲେଶ୍ୱରର ଗୋପାଳଗାଁସ୍ଥିତ ପ୍ରଜ୍ଞାଭାରତୀ ସ୍କୁଲ ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ସିଲ୍‌ ଖୋଲାଯାଇଥିବା ଅଭିଯୋଗ ହୋଇଥିଲା। ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଥିବା ଅଭିଯୋଗ ଆଣିଥିବା ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ପରିଚାଳକ ଏକ ରୁମ୍‌ରେ ଅଟକ ରଖିବାରୁ ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା କହିଛନ୍ତି। ପରୀକ୍ଷା ହଲ୍‌ ମଧ୍ୟରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଯିବା ନିୟମ ଥିବା ବେଳେ ବାଲେଶ୍ୱରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆରମ୍ଭର ବହୁ ପୂର୍ବରୁ ସିଲ୍‌ ଖୋଲାଯାଇ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ଜଣେ ପରୀକ୍ଷାର୍ଥୀଙ୍କ ଅଭିଯୋଗ ମୁତାବକ, ପରୀକ୍ଷା ହଲ୍‌ରେ ବସିଥିବା ସମୟରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଦେଖିବାକୁ ପାଇଲୁ। ଏ ସମ୍ପର୍କରେ ଅଭିଯୋଗ କରିବାରୁ ପ୍ରଶ୍ନପତ୍ର ପ୍ୟାକେଟ ସେପରି ଆସିଥିବା ଜଣେ ଶିକ୍ଷୟିତ୍ରୀ କହିଥିଲେ। ବିଶ୍ୱାସ ନ ହେବାରୁ ସିସି କ୍ୟାମେରା ଦେଖିବାକୁ କହିଥିଲୁ। ଏହି ପରୀକ୍ଷା ପାଇଁ ପୂର୍ବାହ୍ନ ସାଢ଼େ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଥିଲା। ମାତ୍ର ସିସିଟିଭିରେ ସାଢ଼େ ୯ଟାରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଦେଖିବାକୁ ମିଳିଥିଲା। ଏନେଇ ପୋଲିସ୍‌କୁ ଜଣାଇବାକୁ ଚାହିଁବାରେ ତାଙ୍କୁ ବାହାରକୁ ଛଡ଼ା ଯାଇ ନ ଥିଲା। ଏପରିକି ଏକ ରୁମ୍‌ରେ ଅଟକ ରଖାଯିବାରୁ ସେ ପରୀକ୍ଷା ଦେବାରୁ ବଞ୍ଚିତ  ହୋଇଥିବା କହିଥିଲେ। ଅପରପକ୍ଷରେ ପରୀକ୍ଷାର୍ଥୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ପରୀକ୍ଷାରେ କୌଣସି ବ୍ୟତିକ୍ରମ ହୋଇନାହିଁ ବୋଲି କେନ୍ଦ୍ରର ପରିଚାଳକକହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସନ୍ନଙ୍କୁ କାଉଣ୍ଟର କଲେ ସମୀର, କହିଲେ ଏବେ ବି ବିଜେଡି ମଧ୍ୟରେ…

ଭୁବନେଶ୍ୱର,୭ା୧୦: ବିଜେଡିର ବରିଷ୍ଠ ନେତା ତଥା ରେଢ଼ାଖୋଲର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ଭାଜପାର ପୂର୍ବତନ ସଭାପତି ସମୀର ମହାନ୍ତି। ଏନେଇ...

ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରି ଭୁସି ହତ୍ୟା

ସୁନ୍ଦରଗଡ଼,୭।୧୦(ଜୟନାରାୟଣ ମେଣ୍ଡୁଳି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଆଜି ଆକାଉଣ୍ଟକୁ ଯିବ ‘ସୁଭଦ୍ରା’ର ୧ ଟଙ୍କା, ୯ ତାରିଖରେ କେଉଁମାନଙ୍କୁ ମିଳିବ ଜାଣି ରଖନ୍ତୁ…

ଭୁବନେଶ୍ୱର,୭ା୧୦: ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ୧ ଟଙ୍କା ସୋମବାର ବ୍ୟାଙ୍କ ଖାତାକୁ ଆସିବ। ଏନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରୀଡ଼ା।...

ବିଲ୍‌ କରାଇ ଦେବା ପାଇଁ ଠିକାଦାରଙ୍କୁ ପିସି ମାଗି ଫସିଲେ ଯନ୍ତ୍ରୀ

ତିର୍ତ୍ତୋଲ,୭ା୧୦(ଗୌରାଙ୍ଗ ସ୍ବାଇଁ): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ୭ ଲକ୍ଷ ଟଙ୍କାର ଏକ ରାସ୍ତା କାମର ବିଲ୍‌ କରାଇ ଦେବା ଲାଗି...

ପାର୍ବଣରେ ଗଡ଼ିବ ବସ୍‌ : ଆନ୍ଦୋଳନ ନିଷ୍ପତ୍ତିରୁ ଓହରିଲେ….

ଭୁବନେଶ୍ୱର,୭।୧୦: ଆଉ ହେବନି ବସ୍‌ ଧର୍ମଘଟ। ସୋମବାର ସନ୍ଧ୍ୟାରୁ ହେବାକୁ ଥିବା ବସ ଧର୍ମଘଟ ପ୍ରତ୍ୟାହୃତ କରିନେଲେ ଘରୋଇ ବସ୍‌ ମାଲିକ ସଂଘ। ଦକ୍ଷିଣ ଓ...

ଉପକୂଳରେ ପ୍ରବଳ ବର୍ଷା: ୩ ଘଣ୍ଟା ପର୍ଯ୍ୟନ୍ତ ନିର୍ଧୂମ ଛେଚିବ

ଭୁବନେଶ୍ୱର,୭।୧୦: ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଉପକୂଳର ଓଡ଼ିଶାର ୭ ଜିଲାକୁ ସତର୍କ ସୂଚନା ଜାରି ହୋଇଛି। ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

ମନ୍ତ୍ରୀଙ୍କ ବାସଭବନରେ ଘରୋଇ ବସ୍‌ ମାଲିକ ସଂଘର ବୈଠକ: ଚାଲିଛି ମାନସ ମନ୍ଥନ

ଭୁବନେଶ୍ୱର,୭।୧୦: ବସ୍‌ ଧର୍ମଘଟ ପ୍ରତିହତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ବସିଛି। ପରିବହନ ମନ୍ତ୍ରୀଙ୍କ ବାସଭବନରେ ଘରୋଇ ବସ୍‌ ମାଲିକ ସଂଘର ବୈଠକ ହୋଇଛି। ସନ୍ଧ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri