ଭୂସ୍ଖଳନ ପାଇଁ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ

ଇସଲାମାବାଦ,୨୪ା୭: ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଉତ୍ତର ପାକିସ୍ତାନର ଅନେକ ପ୍ରମୁଖ ରାସ୍ତାକୁ ଅବରୋଧ କରିଛି। ଅଧିକାରୀମାନେ ସୋମବାର କହିଛନ୍ତି, ଏହି ଭୂସ୍ଖଳନ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି। ଉଲ୍ଲେଖନୀୟ ଯେ, ଗତ ମାସରେ ପାଣିପାଗ ସମ୍ବନ୍ଧୀୟ ଘଟଣା ଯୋଗୁ ମୃତ୍ୟୁ ସଂଖ୍ୟା ଅତି କମ୍‌ରେ ୧୩୩କୁ ବୃଦ୍ଧି ପାଇଛି।

ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଏକ ପାଣିପାଗ ସତର୍କ ସୂଚନା ଜାରି କରିଛି ଯେ, ମୌସୁମୀ ବର୍ଷା ଯୋଗୁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏହା ସତ୍ତ୍ୱେ ହଜାର ହଜାର ପର୍ଯ୍ୟଟକ ଉତ୍ତରର ସୁନ୍ଦର ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବା ପାଇଁ ଆସିଥିଲେ। ଏହି କାରଣରୁ ଅନେକ ରାସ୍ତା ବନ୍ଦ କରି ଦିଆଯାଇଥିଲା। ଫଳରେ ପର୍ଯ୍ୟଟକମାନେ ଯାଇ ନ ପାରି ଫସି ରହିଛନ୍ତି।

Share