Posted inଫୁରସତ

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା
ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ ଜଣେ ଯୁବକ ମାଟି ଖୋଳୁଥିଲେ। ତେବେ ମାଟି ଖୋଳିବା ସମୟରେ ଭୂମି ତଳେ ତାଙ୍କୁ ଏକ ଅଜବ ଶବ୍ଦ ଶୁଣାଯାଇଥିଲା। ପରେ ଶବ୍ଦ ଶୁଣାଯାଇଥିବା ଭୂମିରୁ ସେ ମାଟି ଉଠାଇଥିଲେ ଏବଂ ତାଙ୍କୁ ଭଗବାନ ବିଷ୍ଣୁଙ୍କର ଏକ ପୁରୁଣା ଚମତ୍କାର ପ୍ରତିମା ମିଳିଥିଲା। ଏଥିରେ ଆଶ୍ଚର୍ଯ୍ୟ ଚକିତ ହୋଇ ଅନିଶ ସଙ୍ଗେସଙ୍ଗେ ଗ୍ରାମବାସୀଙ୍କୁ ଡାକିଥିଲେ। କିଛି ସମୟ ମଧ୍ୟରେ ଗ୍ରାମବାସୀ ଆସି ସେଠାରେ ଜମା ହୋଇଯାଇଥିଲେ। ଗ୍ରାମବାସୀ ଭଗବାନ ବିଷ୍ଣୁଙ୍କର ଉକ୍ତ ଦିବ୍ୟ ମୂର୍ତ୍ତିକୁ ଉଦ୍ଧାର କରି ଗାଁର ଏକ ମନ୍ଦିରରେ ରଖି ବର୍ତ୍ତମାନ ପୂଜାର୍ଚ୍ଚନା କରୁଛନ୍ତି। ମୂର୍ତ୍ତିର ଉଚ୍ଚତା ପ୍ରାୟ ୨.୫ ଫୁଟ ହେବ ବୋଲି ଗ୍ରାମବାସୀ କହିଛନ୍ତି।
ନେଇ ପାଟ୍‌ନାସ୍ଥିତ ବିହାର ରାଜ୍ୟ ସଂଗ୍ରହାଳୟର ସହକାରୀ ନିର୍ଦ୍ଦେଶକ ଡକ୍ଟର ରବିଶଙ୍କର କହିଛନ୍ତି, ମୂର୍ତ୍ତିର କାରୁକାର୍ଯ୍ୟରୁ ଏହା ଏକାଦଶ ଶତାବ୍ଦୀର ପାଲ୍‌ ସାମ୍ରାଜ୍ୟ ସମୟର ହୋଇଥିବା ଜଣାପଡ଼ିଛି। ଏଥିରେ ମୁଙ୍ଗେର-ଜମଲପୁର ଶୈଳୀର ଉତ୍କୃଷ୍ଟ କଳାକୃତି ରହିଛି। ମୂର୍ତ୍ତି ଉପରେ ଭଗବାନ ବିଷ୍ଣୁଙ୍କର ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ସ୍ପଷ୍ଟ ଭାବରେ ଅଙ୍କାଯାଇଛି। କଳା ପଥରରେ ନିର୍ମିତ ଏହି ମୂର୍ତ୍ତି ପାଲ୍‌ ସାମ୍ରାଜ୍ୟ ସମୟର କାରିଗରିକୁ ପ୍ରଦର୍ଶିତ କରୁଛି। ଏହି ମୂର୍ତ୍ତି ସେ ସମୟରେ ଲୋକଙ୍କର ରହିଥିବା ଧାର୍ମିକ ବିଶ୍ୱାସକୁ ମଧ୍ୟ ସୂଚାଉଥିବା ରବିଶଙ୍କର କହିଛନ୍ତି। ସେହିପରି ମାଟି ତଳୁ ମିଳିଥିବା ଏହି ମୂର୍ତ୍ତିରେ ଭଗବାନ ବିଷ୍ଣୁଙ୍କ ମୁଦ୍ରା ଗମ୍ଭୀର ଏବଂ ସୌମ୍ୟ ରହିଛି, ଯାହା ତାଙ୍କର ଦିବ୍ୟତାକୁ ଦର୍ଶାଉଛି ବୋଲି ପଶ୍ଚିମବଙ୍ଗର ଶାନ୍ତି ନିକେତନସ୍ଥିତ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳର ପ୍ରଫେସର ତଥା ପ୍ରତ୍ନତାତ୍ତ୍ୱିକ ଖନନ ବିଶେଷଜ୍ଞ ଡ. ଅନିଲ କୁମାର କହିଛନ୍ତି। ଲଖିସରାୟର ଏହି ଅଞ୍ଚଳରେ ଅନେକ ପ୍ରତ୍ନତାତ୍ତ୍ୱିକ ମୂର୍ତ୍ତି ଏବଂ ଏହାର ଅବଶିଷ୍ଟାଂଶ ମିଳିଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ…

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ...

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri