Categories: ଜାତୀୟ

ରିଲାଏନ୍ସ ଫାଉଣ୍ଡେଶନ ହସ୍ପିଟାଲକୁ ଉଡାଇଦେବାକୁ ଧମକ

ମୁମ୍ବାଇ,୫।୧୦: ରିଲାଏନ୍ସ ଫାଉଣ୍ଡେଶନ ହସ୍ପିଟାଲକୁ ବିସ୍ଫୋରଣ କରି ଉଡାଇ ଦେବାକୁ ବୁଧବାର ଧମକ ଦିଆଯାଇଛି। ହସ୍ପିଟାଲର ଏକ ଲ୍ୟାଣ୍ଡଲାଇନ୍‌ ନମ୍ବରକୁ ଜଣେ ବ୍ୟକ୍ତି କଲ୍‌ କରି ଏପରି ଧମକ ଦେଇଛନ୍ତି। ଏନେଇ ହସ୍ପିଟାଲ ପରିସରରେ ଆତଙ୍କ ଖେଳିଯାଇଛି। ଅଭିଯୋଗ ପରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ମଧ୍ୟାହ୍ନରେ ହସ୍ପିଟାଲର ଲ୍ୟାଣ୍ଡଲାଇନକୁ ଧମକପୂର୍ଣ୍ଣ ଫୋନ କଲ୍‌ ଆସିଥିଲା। ବ୍ୟକ୍ତି ଜଣକ ଅମ୍ବାନୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଧମକ ଦେଇଛନ୍ତି। ଏନେଇ ଡିବି ମାର୍ଗ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଛି।

ଚଳିତ ବର୍ଷ ଅଗଷ୍ଟରେ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଏପରି କି ୨୦୨୧ ଫେବୃୟାରୀରେ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ନିକଟରେ ଏକ ବିସ୍ଫୋରକ ସାମଗ୍ରୀ ଥିବା ଗାଡ଼ି ଜବତ ହୋଇଥିଲା।

Share