Categories: ଜାତୀୟ

ଗୋଗୋଇଙ୍କ ବିରୋଧରେ ଷଡ଼ଯନ୍ତ୍ର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୮।୨: ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ଆଶଙ୍କାକୁ ଏଡାଇ ହେବ ନାହିଁ। ଏନେଇ ଗୁରୁବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ତାଙ୍କ ବିରୋଧରେ ଅଣାଯାଇଥିବା ଯୌନ ଶୋଷଣ ଅଭିଯୋଗର ଯାଞ୍ଚ୍‌କୁ ବନ୍ଦ କରାଯିବା ଆବଶ୍ୟକ କୋର୍ଟ ପକ୍ଷରୁ କୁହାଯାଇଛି। ଏଭଳି ଷଡ଼ଯନ୍ତ୍ର ଗୋଗୋଇଙ୍କର ବିଭିନ୍ନ ରାୟ ସହିତ ଜଡ଼ିତ ଥିବା ଆଶଙ୍କା କରାଯାଉଛି। ସେସବୁ ମଧ୍ୟରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ନିଷ୍ପତ୍ତି ମଧ୍ୟ ରହିଥିବା ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିି। ପୂର୍ବତନ ବିଚାରପତି ଏ.କେ. ପଟ୍ଟନାୟକଙ୍କର ଏକ ରିପୋର୍ଟ ଆଧାରରେ ଶୀର୍ଷ ଅଦାଲତ ଚୂଡ଼ାନ୍ତ ରାୟ ଦେଇଛନ୍ତି। ଗୋଗୋଇଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗର ଯାଞ୍ଚ୍‌ ଦାୟିତ୍ୱ ତାଙ୍କୁ ପ୍ରଦାନ କରାଯାଇଥିଲା। ବିଚାରପତି ପଟ୍ଟନାୟକଙ୍କ ରିପୋର୍ଟ ଗୋଗୋଇଙ୍କ ବିରୋଧରେ ହେଉଥିବା ଷଡ଼ଯନ୍ତ୍ର ଆଶଙ୍କାକୁ ଦୃଢ଼ କରିଥିବା କୋର୍ଟ କହିଛନ୍ତି। ଗୋଗୋଇଙ୍କ ରାୟକୁ ନେଇ ସନ୍ତୁଷ୍ଟ ନ ଥିବା ଲୋକେ ଏଭଳି ଷଡ଼ଯନ୍ତ୍ର ରଚିଥିବାର ଆଶଙ୍କା କରିଥାଇ ପାରନ୍ତି ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ତେଣୁ ଗୋଗାଇଙ୍କ ବିରୋଧରେ ଅଣାଯାଇଥିବା ମାମଲାକୁ ବନ୍ଦ କରାଯାଉଛି ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ରେ ଜଣେ ମହିଳା କର୍ମଚାରୀ ତତ୍କାଳୀନ ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏନେଇ ସେତେବେଳେର ବିଚାରପତି ଏସ୍‌.ଏ. ବୋବଡ଼େଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ କମିଟି ସମ୍ପୃକ୍ତ ମହିଳାଙ୍କ ସମେତ ଅନ୍ୟମାନଙ୍କର ବୟାନ ରେକର୍ଡ କରାଯାଇଥିଲା।

Share