ଲକ୍ଷ୍ନୌ,୫।୧: ଆସନ୍ତା ୧୩ରୁ ଆରମ୍ଭ ହେବାକୁ ଯାଉଥିବା ମହାକୁମ୍ଭରେ ବହୁସଂଖ୍ୟାରେ ମୁସଲମାନ ଗଣ ଧର୍ମାନ୍ତରୀକରଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରି ଜଣେ ବରିଷ୍ଠ ଧର୍ମୀୟ ନେତା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପତ୍ର ଲେଖିଛନ୍ତି। ଏହି ମେଗା ସମାବେଶରୁ ମୁସଲମାନମାନଙ୍କୁ ଦୂରେଇ ରଖିବା ପାଇଁ କେତେଜଣ ହିନ୍ଦୁ ସନ୍ଥ ସଂଗଠନ ଦାବି ଉଠାଇଥିବା ଅନ୍ୟ ସାମ୍ପ୍ରଦାୟିକ ନେତାମାନେ ଅଭିଯୋଗ କରିଛନ୍ତି। ମ
ହାକୁମ୍ଭ ପାଇଁ ସମସ୍ତ ସାମଗ୍ରୀ ହିନ୍ଦୁ ବ୍ୟବସାୟୀଙ୍କଠାରୁ କିଣିବା ପାଇଁ ଅଖିଳ ଭାରତୀୟ ଆଖଡ଼ା ପରିଷଦ (ଏବିଏପି) ଗତବର୍ଷ ଆହ୍ବାନ ଦେଇଥିବା ଅଭିଯୋଗ ହୁଏ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ ମହାକୁମ୍ଭ ଆୟୋଜିତ ହେଉଥିବାବେଳେ ଏଥର ଜାନୁଆରୀ ୧୩ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି।
ଅଲ୍ ଇଣ୍ଡିଆ ମୁସ୍ଲିମ୍ ଜମାତ ଅଧ୍ୟକ୍ଷ ମୌଲାନା ଶାହାବୁଦ୍ଦିନ୍ ରାଜଭି ବରେଲ୍ଭି ମୁସଲମାନମାନଙ୍କୁ ମହାକୁମ୍ଭ ନ ଯିବା ପାଇଁ ପରାମର୍ଶ ଦେଇଥିଲେ। ମୁସଲମାନ ଗଣଧର୍ମାନ୍ତରୀକରଣ ଯୋଜନାକୁ ଅକାମୀ କରିବାକୁ ସେ ଆଦିତ୍ୟନାଥଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଜଣାଇସାରିଥିବାରୁ ଧର୍ମାନ୍ତରୀକରଣ ରୋକିବା ଏବେ ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।