‘ଦ କେରଲା ଷ୍ଟୋରି’ ନିର୍ଦ୍ଦେଶକଙ୍କୁ ଧମକ

ମୁମ୍ବାଇ,୯।୫: ଫିଲ୍ମ ‘ଦ କେରଲା ଷ୍ଟୋରି’ ନେଇ ଦେଶର ଅନେକ ସ୍ଥାନରେ ବିବାଦ ଲାଗି ରହିଛି। ଏହି କାରଣରୁ ପଶ୍ଚିମବଙ୍ଗରେ ଫିଲ୍ମ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ହୋଇଥିବାବେଳେ ତାମିଲନାଡୁରେ ଏହି ଶୋ ବାତିଲ କରାଯାଇଛି। ଏହି ସମୟରେ ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତୋ ସେନଙ୍କୁ ଏକ ଅଜଣା ନମ୍ବରରୁ ଫୋନ କରି ଘରୁ ବାହାରକୁ ନ ଆସିବାକୁ ଧମକ ଦିଆଯାଇଛି।

ମୁମ୍ବାଇ ପୋଲିସ ସୂଚନା ଦେଇଛି ଯେ, ‘ଦ କେରଲା ଷ୍ଟୋରି’ ର ନିର୍ଦ୍ଦେଶକ ସୁଦୀପ୍ତୋ ସେନଙ୍କୁ ଏକାକୀ ଘରୁ ବାହାରକୁ ନ ଯିବାକୁ ଧମକ ଦିଆଯାଇଛି ଏବଂ ଏହି କାହାଣୀ ଦେଖାଇ ସେ ଭଲ କରିନାହାଁନ୍ତି ବୋଲି ମଧ୍ୟ କହିଛନ୍ତି। ଏଭଳି ପରିସ୍ଥିତିରେ ଫିଲ୍ମର କ୍ରୁ ସଦସ୍ୟମାନଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେଇଛି। ତେବେ ଏ ପର୍ଯ୍ୟନ୍ତ ପୋଲିସ ଲିଖିତ ଅଭିଯୋଗ ଗ୍ରହଣ କରି ନ ଥିବାରୁ ଏ ବାବଦରେ କୌଣସି ମାମଲା ପଞ୍ଜିକୃତ ହୋଇନାହିଁ।

Share