ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ, ୫୦୦ କୋଟି ଟଙ୍କା ଦାବି କରିଛନ୍ତି ଇମେଲ୍‌ ପ୍ରେରକ

ନୂଆଦିଲ୍ଲୀ,୬।୧୦: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଏକ ଧମକପୂର୍ଣ୍ଣ ଇମେଲ୍‌ ପାଇଛି। ଏହି ଇମେଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହା ବ୍ୟତୀତ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମକୁ ମଧ୍ୟ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ ମିଳିଛି। ଇମେଲ୍‌ ପ୍ରେରକ ୫୦୦ କୋଟି ଟଙ୍କା ଏବଂ ଜେଲରେ ଥିବା ଡନ୍‌ ଲରେନ୍ସ ବିଷ୍ନୋଇଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ଏନ୍‌ଆଇଏ ଏହି ସୂଚନା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱେରେ ଥିବା ଏବଂ ଅନ୍ୟ ରାଜ୍ୟର ପୋଲିସ ସହିତ ଶେୟାର କରିଛି। ଧମକପୂର୍ଣ୍ଣ ମେଲ୍‌ ପାଇବା ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମର ସୁରକ୍ଷାର ସମୀକ୍ଷା କରାଯାଇଛି। ଏହାବ୍ୟତିତ ଇମେଲ କେଉଁ ଆଇପି ଆଡ୍ରେସ୍‌ରୁ ଆସିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି। ଏନ୍‌ଆଇଏ ଧମକପୂର୍ଣ୍ଣ ଇମେଲ୍‌ ବିଷୟରେ ମୁମ୍ବାଇ ପୋଲିସକୁ ସତର୍କ କରାଯାଇଛି। ଗୁଜୁରାଟ ପୋଲିସ ବ୍ୟତୀତ ଏହି ସୂଚନା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ ଜଡିତ ସମସ୍ତ ଏଜେନ୍ସି ସହ ଶେୟାର କରାଯାଇଛି। ମେଲ ପାଇବା ପରେ ମୁମ୍ବାଇ ପୋଲିସ ମଧ୍ୟ ସୁରକ୍ଷା ବୃଦ୍ଧି କରିଛି।

Share