Categories: ଜାତୀୟ

‘ମୋ ସ୍ବାମୀଙ୍କୁ ଫସା ଯାଉଛି’

ମୁମ୍ବାଇ: ମୋ ସ୍ବାମୀ କୌଣସି ଟଙ୍କା କାରବାର କରି ନାହାନ୍ତି କି ବଲିଉଡ୍‌କୁ ଟାର୍ଗେଟ କରୁନାହାନ୍ତି। ତାଙ୍କୁ ଅଯଥା ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ସ୍ତ୍ରୀ କ୍ରାନ୍ତୀ ରାଡେକର କହିଛନ୍ତି। ଅନ୍ୟ କୌଣସି ମାମଲାରେ ସମୀରଙ୍କ ବିରୋଧରେ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ। ତେବେ ଏଥିରେ କାହିଁକି ଅଭିଯୋଗ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଁ କାଲିଠୁ ଆଉ ଗଣମାଧ୍ୟମ ସାମ୍ନାକୁ ଆସିବି ନାହିଁ ସେ କହିଛନ୍ତି।

ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ତଦନ୍ତ କରୁଥିବା ଏନ୍‌ସିବି ଜୋନାଲ ହେଡ୍‌ ସମୀର ୱାଙ୍ଖଡେଙ୍କ ଉପରେ ଅନେକ ସାଙ୍ଘାତିକ ଅଭିଯୋଗ ଆସିଛି। ସେ ଫିଲ୍ମ ଜଗତର ଲୋକଙ୍କୁ ଟାର୍ଗେଟ କରୁଥିବା କୁହାଯାଉଛି।

Share