କଥାରେ ଅଛି ପ୍ରକୃତି ଯେତେବେଳେ ତା ତାଣ୍ଡବ ରଚିବା ଆରମ୍ଭ କରିଦିଏ ସେତେବେଳେ ଦୁନିଆର ସବୁ ଶକ୍ତି ତା ଆଗରେ ହାର୍ ମାନିଥାଏ । ଠିକ ଯେମିତି ଏଇ ନିକଟରେ ଉତ୍ତରାଖଣ୍ଡରେ ପ୍ରକୃତି ଦେଖାଇଲା ତାର କରାଳ ରୂପ । ଗ୍ଲେସିୟର ତରଳି ଉତ୍ତରାଖଣ୍ଡରେ ଚାଲି ଯାଇଛି ୩୪ ରୁ ଅଧିକ ଲୋକଙ୍କର ଜୀବନ । ଏବେବି ଶତାଧିକ ଲୋକ ନିଖୋଜ ରହିଛନ୍ତି । ପ୍ରଶାସନ ପକ୍ଷରୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉତ୍ତରାଖଣ୍ଡରେ ଯଦି ଗ୍ଲେସିୟରର ଏକ ଛୋଟିଆ ଅଂଶ ତରଳି ଏତେ ବଡ ବିପର୍ଯ୍ୟୟ ସୃଷ୍ଟି ହେଲା, ତାହେଲେ ବିଶ୍ୱରେ ଥିବା ସବୁଠାରୁ ବଡ ଗ୍ଲେସିୟର ଯଦି କେବେ ତରଳିବ ତାହେଲେ କ’ଣ ହେବ ପୃଥିବୀର ଅବସ୍ଥା?