ଚାଇନାରୁ ଆସୁଛି ଧମକପୂର୍ଣ୍ଣ କଲ,ଫୁକୁସିମା ଆଣବିକ କାରଖାନାରୁ ଜଳ ଛାଡିବା ବିଷୟରେ କହିଲା ଜାପାନ…

ଟୋକିଓ,୨୮।୮ : ଚାଇନା ଏବଂ ଜାପାନରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଉଛି। ଜାପାନ ପ୍ରଶାନ୍ତ ମହାସାଗରରେ ଥିବା ଫୁକୁସିମା ଆଣବିକ କାରଖାନାରୁ ଜଳ ଛାଡିବା ପରେ ଏଥର ଏହି ତିକ୍ତତା ବୃଦ୍ଧି ପାଇଛି। ଜାପାନ ସରକାରଙ୍କ ମୁଖପାତ୍ର ସୋମବାର କହିଛନ୍ତି ଚାଇନାର ଏହି ମନୋଭାବ ଭୁଲ।

ଜାପାନ କହିଛି ଜଳ ଛାଡିବା ପରଠାରୁ ଚାଇନା ଅନେକ ଧମକପୂର୍ଣ୍ଣ ଫୋନ କଲ କରିଛି। ଜାପାନ କହିଛି ଚାଇନା ଏହିପରି ଆଚରଣ କରୁଛି ଏହା ଅତ୍ୟନ୍ତ ଦୁଃଖଦାୟକ।

ଫୁକୁସିମା ଆଣବିକ ଶକ୍ତି କେନ୍ଦ୍ରରୁ ପ୍ରଶାନ୍ତ ମହାସାଗରରେ ଟ୍ରିଟମେଣ୍ଟ ହେଉଥିବା ରେଡିଓଆକ୍ଟିଭ ଜଳ ମୁକ୍ତ ହେବା ନେଇ ଚାଇନା ପକ୍ଷରୁ ଅନେକ ହଇରାଣ କରାଯାଉଛି। ମୁଖ୍ୟ କ୍ୟାବିନେଟ ସଚିବ ହିରୋକାଜୁ ମାଟସୁନୋ ଗଣମାଧ୍ୟମକୁ କହିଛନ୍ତି ଚାଇନାରୁ ଆସୁଥିବା ଫୋନ କଲ ନେଇ ଆମେ ଚିନ୍ତିତ।

ଫୁକୁସିମା କାରଖାନା ବନ୍ଦ କରିବା ନେଇ ଜାପାନ ଗୁରୁବାର ଠାରୁ ଜଳ ଛାଡିବା ଆରମ୍ଭ କରିଛି। ୨୦୧୧ ରେ ଏକ ଶକ୍ତିଶାଳୀ ଭୂକମ୍ପ ପରେ ଜାପାନରେ ଟ୍ରିପଲ ମେଲଟାଉନର ସମ୍ମୁଖୀନ ହୋଇଥିଲା।

 

Share