Categories: ଖେଳ

କ୍ରିକେଟ୍‌ରଙ୍କୁ ଧମକ ଦେବା ଖବରଦାତାଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ,୪।୫: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଉଇକେଟ କିପର ରିଦ୍ଧିମାନ ସାହାଙ୍କୁ ଧମକ ଦେବାକୁ ଚେଷ୍ଟା କରୁଥିବା କ୍ରୀଡ଼ା ଖବରଦାତା ବୋରିଆ ମଜୁମଦାରଙ୍କ ଉପରେ ଦୁଇ ବର୍ଷର ପ୍ରତିବନ୍ଧକ ଲଗାଇଛି। ସେ ଆସନ୍ତା ଦୁଇ ବର୍ଷ ପାଇଁ କୌଣସି ଘରୋଇ, ଜାତୀୟ ତଥା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ଅଂଶ ହେବେ ନାହିଁ। ଏପରିକି ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଆଇସିସି ଇଭେଣ୍ଟରେ ଷ୍ଟାଡିୟମରେ ବୋରିଆଙ୍କୁ ପ୍ରବେଶ କରିବାର ସୁଯୋଗ ନ ଦେବାକୁ ଅନୁରୋଧ କରିବ।
ସାହା ଏକ ଟୁଇଟ ମାଧ୍ୟମରେ କହିଥିଲେ ଯେ ତାଙ୍କୁ ଜଣେ ଖବରଦାତା ଧମକ ଦେଇଛନ୍ତି। ସମ୍ପୃକ୍ତ ଖବରଦାତା ଜଣଙ୍କ ବୋରିଆ ମଜୁମଦାର ବୋଲି ଜଣାପଡିଥିଲା। ସାହା ସୋସିଆଲ ମିଡିଆରେ ଶେୟାର କରିଥିବା ସ୍କ୍ରିନ୍‌ସଟ୍‌ରେ ମଜୁମଦାର ଏକ ଧମକପୂର୍ଣ୍ଣ ଭାବେ କହିଥିଲେ, ତୁମେ କଲ ନାହିଁ। ମୁଁ ତୁମର କେବେବି ସାକ୍ଷାତକାର ନେବି ନାହିଁ। ମୁଁ ଅପମାନକୁ ହାଲୁକା ଭାବେ ଗ୍ରହଣ କରେ ନାହିଁ ଏବଂ ମୁଁ ତାହା ମନେ ରଖିବି।

Share