ନାଗପୁର, ୨୨ା୩: କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ୍କରୀଙ୍କୁ ମଙ୍ଗଳବାର ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି। ଥାନାରେ ଅଭିଯୋଗ ପରେ ନାଗପୁରସ୍ଥିତ ମନ୍ତ୍ରୀଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ମଙ୍ଗଳବାର ମଧ୍ୟାହ୍ନରେ ଗଡ୍କରୀଙ୍କ ପିଆର୍ଓଙ୍କୁ ୩ ଥର ଅଜଣା ନମ୍ବରରୁ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜୟେଶ ପୂଜାରି ଓରଫ୍ ଜୟେଶ କାନ୍ଥା ପରିଚୟ ଦେଇ ୧୦ କୋଟି ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ଗଡ୍କରୀଙ୍କର କ୍ଷତି କରିବେ ବୋଲି ଧମକ ଦେଇଛନ୍ତି।