Categories: ଜାତୀୟ

ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ଭରା ପୋଷ୍ଟର ଜାରି…

ଶ୍ରୀନଗର,୬।୧୨: ଜମ୍ମୁ-କଶ୍ମୀରରେ ଗଜନାଭି ଫୋର୍ସ ନାମକ ଆତଙ୍କବାଦୀ ସଂଗଠନର ପକ୍ଷରୁ ଦୁଇଟି ପୋଷ୍ଟର କାଶ୍ମୀରର ରାଜୌରୀର ଥାନାମାଣ୍ଡିର ଆଜମତାବାଦ ଅଞ୍ଚଳରେ ଲଗାଯାଇଛି। ପ୍ରକାଶ ପାଇଛି। ଆଜମାତାବାଦର କାନ୍ଥରେ ଉଭୟ ପୋଷ୍ଟର ଲଗାଯାଇଥିଲା। ଏହି ପୋଷ୍ଟରଗୁଡିକରେ, ଭାରତୀୟ ସେନା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଧମକ ବ୍ୟତୀତ, ଭାରତର ନିୟମାବଳୀ ପାଳନ ନ କରିବା ପାଇଁ ସ୍ପଷ୍ଟ ଭାବରେ ଲେଖାଯାଇଛି।

ଏହି ପୋଷ୍ଟରଗୁଡିକ ଜବତ ହେବା ପରେ ପୋଲିସ ୟୁଏପିଏ ଅଧିନିୟମ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରାଯାଇଛି। କିଛି ମାସ ପୂର୍ବେ ଥାନାମାଣ୍ଡିର ଏହି ଅଞ୍ଚଳରେ ସେନା ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ।

ଆତଙ୍କବାଦୀଙ୍କ ଲୁଚି ରହିଥିବା ଖବର ପାଇବା ପରେ ଥାନାମାଣ୍ଡି ଏବଂ ମେଣ୍ଢର ଅଞ୍ଚଳରେ ଏକ ବଡ ସର୍ଚ୍ଚ ଅପରେଶନ କରାଯାଇଥିଲା। ସୀମାର ଏଭଳି ଅନେକ ଅଞ୍ଚଳ ଅଛି ଯେଉଁଠାରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ପାକିସ୍ତାନର ଲଞ୍ଚପ୍ୟାଡ୍‌ରେ ଥିବା ଆତଙ୍କବାଦୀ ଏଲଓସି ବାଟେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୀମାରେ ଆତଙ୍କବାଦ ବିରୋଧି ଅପରେଶନ୍‌କୁ ଜୋରଦାର କରାଯାଇଛି। ସୀମାରେ ପ୍ରତ୍ୟେକ ପଦକ୍ଷେପ ଉପରେ ନଜର ରଖାଯାଉଛି।

ଅପରପକ୍ଷରେ, ଜମ୍ମୁର ରାଜପୁରା ଅଞ୍ଚଳରେ ରବିବାର ପୋଲିସ ପିଆଇଏ ଲେଖା ଯାଇଥିବା ଏକ ବେଲୁନ ଜବତ କରାଯାଇଛି। ବେଲୁନଟି ଉଡି ଆସି ଜଣେ ଲୋକଙ୍କ ଘରେ ଲାଗିଥିଲା। ସେ ନେଇ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୋଲିସ ଏହାକୁ ଜବତ କରିଥିଲେ। ଜମ୍ମୁ, କଠୁଆ, ରାଜୌରୀରେ ଗତ ଏକ ବର୍ଷ ମଧ୍ୟରେ, ଏଭଳି ବହୁ ବେଲୁନ ସୁରକ୍ଷା ଏଜେନ୍ସି ଜବତ କରିଛନ୍ତି। ଏହା ପାକିସ୍ତାନର ବେଲୁନ ଷଡଯନ୍ତ୍ରକୁ ସୂଚାଉଛି। ସୁରକ୍ଷା ଏଜେନ୍ସି ପକ୍ଷରୁ ଏ ନେଇ ଅଧିକ ତଦନ୍ତ ଜାରି ରହିଛି।

Share