ମୁମ୍ବାଇ: ବଲିଉଡ୍ ଗାୟିକା କନିକା କପୁର ଯିଏକି ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିଲେ। ମାର୍ଚ୍ଚରେ କରୋନା ପଜିଟିଭ୍ ହୋଇଥିବା କନିକାଙ୍କୁ ସେତେବେଳେ ଟ୍ରୋଲ ହେବାକୁ ପଡ଼ିଥିଲା।
ଅବହେଳା ଏବଂ ପରୀକ୍ଷା ଠିକ୍ ସମୟରେ ନ କରିବା ଭଳି ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିଲେ କନିକା। ଏହା ମଧ୍ୟ କୁହାଯାଇଥିଲା ଯେ, କନିକା ବିମାନବନ୍ଦର ଯାଞ୍ଚରୁ ଖସି ପଳାଇ ଯାଇଥିଲେ। ଏହି ସମସ୍ତ ଅଭିଯୋଗ ହେତୁ ତାଙ୍କୁ ସମଗ୍ର ଦେଶରେ ରୋଷର ଶିକାର ହେବାକୁ ପଡ଼ିଥିଲା।
କନିକା ଏକ ସାକ୍ଷାତକାରରେ କହିଛନ୍ତି, କରୋନା ସମୟରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିଲା। ଆହୁରି ମଧ୍ୟ କହିଛନ୍ତି, ତାଙ୍କ ନିକଟକୁ ଏମିତି ମେସେଜ ଆସୁଥିଲା ଯାହା ସେ ସର୍ବସମ୍ମୁଖରେ ପ୍ରକାଶ କରିପାରିବେ ନାହିଁ।