ଫିନ୍‌ଲାଣ୍ଡ-ସ୍ବିଡ଼େନ୍‌କୁ ଧମକ, ନାଟୋରେ ସାମିଲ ହେଲେ ସାମରିକ ମିଶନ ପାଇଁ ପ୍ରସ୍ତୁତ ରୁହ…

ମସ୍କୋ, ୨୬।୨ : ରୁଷିଆ ଏବେ ଫିନ୍‌ଲାଣ୍ଡ ଏବଂ ସ୍ବିଡ଼େନ୍‌କୁ ଧମକ ଦେଇଛି। ନାଟୋରେ ସାମିଲ ହେଲେ ସାମରିକ ମିଶନ ପାଇଁ ପ୍ରସ୍ତୁତ ରହିବାକୁ ପ୍ରସ୍ତୁତ ରହିବାକୁ ରୁଷିଆ ଚେତାବନୀ ଦେଇଛି। ରୁଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରବକ୍ତା ମାରିଆ ଜଖାରୋଓ୍ବା କହିଛନ୍ତି ଅନ୍ୟ ଦେଶକୁ ସୁରକ୍ଷା ଦେବାକୁ ଯାଇ ନିଜ ଉପରେ ବିପଦ ଟାଣି ଆଣିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ।

ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସାନା ମାରିନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ନାଟୋର ସଦସ୍ୟତା ନେଇ ମତପୋଷଣ କରିବା ପରେ ରୁଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏଭଳି କୁହାଯାଇଛି। ଅପରପକ୍ଷରେ ସ୍ବିଡେନ୍‌ ପ୍ରଧାନମନ୍ତ୍ରୀ ମେଡେଲେନା ଅଣ୍ଡରସନ୍‌ ୟୁରୋପ ଅର୍ଥ ବ୍ୟବସ୍ଥା ଉପରେ ରୁଷିଆ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ଏହା ସହିତ ଫିନ୍‌ଲାଣ୍ଡ ଏବଂ ସ୍ବିଡ଼େନ୍‌ ନାଟୋ ଶିଖର ସମ୍ମିନଳୀରେ ୟୁକ୍ରେନ୍‌ରେ ରୁଷିଆର ଅଭିଯାନକୁ ନିନ୍ଦା କରିଛନ୍ତି।

ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନାଟୋର ଓପନ୍‌ ଡୋର ପଲିସି ଆପଣେଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

Share